ଗତକାଲି ସାଲେପୁର ରେ ଦୁଇ ରାଜନୈତିକ ଦଳ ମଧ୍ୟରେ ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୩୦ ତାରିଖ ଦିନ ସାମାନ୍ୟ କଥାକୁ ନେଇ ଉଭୟ ରାଜନୈତିକ ଦଳ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ପରେ ଦୁଇ ଗୋଷ୍ଟୀ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାକୁ ୨ ଦିନ ବିତି ଯାଇଥିଲେ ମଧ୍ୟ ସାଲେପୁର ବ୍ଳକ ପରିସରରେ ପୋଲିସ ଉପସ୍ଥିତିରେ ଦୁଇ ଦଳ ମଧ୍ୟରେ ପୁଣିଥରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ଏହା କିଛି ସମୟ ଚାଲିବା ପରେ ପୋଲିସ ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ ପାଟିତୁଣ୍ଡ କମିଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ଝଗଡ଼ା ପଞ୍ଚାୟତ ନିର୍ବାଚନ ଆଡ଼କୁ ଆଙ୍ଗୁଠି ଦର୍ଶାଉଛି।
#BJD #BJP #NNSODIA