କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସ୍ବାସ୍ଥ୍ୟ ଉପକରଣ ନିର୍ମାତା ଭି ଗାର୍ଡ ପକ୍ଷରୁ ଆଜି ୩୩ଟି ହ୍ବିଲ୍ ଚେୟାର ପ୍ରଦାନ କରାଯାଇଛି । ଡାକ୍ତରଖାନାକୁ ଆସୁଥିବା ଭିନ୍ନକ୍ଷମ ଓ ଚଳିତ ଶକ୍ତି ରହିତ ବୃଦ୍ଧବୃଦ୍ଧା ମାନଙ୍କର ଯିବା ଆସିବାରେ ସୁବିଧା ପାଇଁ ଏହି ହ୍ବିଲ ଚେୟାର ଉପଯୋଗୀ ହୋଇପାରିବ । କେନ୍ଦ୍ରାପଡ଼ା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଏହାକୁ ଗ୍ରହଣ କରିଛନ୍ତି । କେନ୍ଦ୍ରାପଡ଼ାର ସମସ୍ତ ବ୍ଲକ ଅଞ୍ଚଳର ଡାକ୍ତରଖାନାକୁ ଗୁଡିକୁ ହ୍ବିଲ ଚେୟାର ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ ସୂଚନା ଦେଇଛନ୍ତି । ଏଥି ସହିତ ଜିଲ୍ଲାର ନୂତନ ମାତୃଶିଶୁ ଡାକ୍ତରଖାନା ପାଇଁ ଏକ ବ୍ୟାଟେରୀ ଚାଳିତ ଅଟୋ ରିକ୍ସା ଦେବାକୁ ଭି ଗାର୍ଡ କୁ ନିବେଦନ କରିଛନ୍ତି ଡାକ୍ତର ପଟ୍ଟନାୟକ ।