ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନୂଆ ଯୋଜନା | ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେଇ ସରକାର ଏବେ ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟ କରଣ କରିବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି | ଏଥର ବନ୍ଦର ନଗରୀ ପାରାଦ୍ଵୀପ ର ସମୁଦ୍ର ବେଳାଭୂମିର ବଦଳିବ ରୂପ । ନବବଧୂ ବେଶରେ ସଜେଇହେବ ପାରାଦ୍ୱୀପର ବେଳାଭୂମି | ନାଚ ଗୀତ ସହ ସୁଆଦିଆ ମନ ପସନ୍ଦର ଖାଦ୍ୟର ମଜା ଉଠାଇବେ ପର୍ଯ୍ୟଟକ। ଓଡ଼ିଶାର ବିସ୍ତୃତ ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହକୁ ଲକ୍ଷ୍ୟ ରଖି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।ଯେପରି ଗୋଆ ବିଚ ରେ ଲୋକମାନେ ମଉଜ ମଜଲିସ ସହ ବୁଲିବାର ମଜା ଉଠାଇଥାନ୍ତି ସେପରି ପାରାଦ୍ୱୀପ ବେଳାଭୁମି ରେ ପ୍ରତିଫଳିତ ହେବ ତାକୁ ଏହି ଯୋଜନାରେ ଗୁରୁତ୍ତ୍ଵ ଦିଆଯିବ.ଯାହାକୁ ନେଇ ଏବେ ଆଶାବାଦୀ ହୋଇପଡିଛନ୍ତି ପାରାଦ୍ଵୀପ ବାସୀ। ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ବିସ୍ତୃତ ସମୁଦ୍ର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଟେଣ୍ଡର ଆହ୍ବାନ କରିଛି ଓଟିଡିସି। ପ୍ରାଥମିକ ସ୍ତରରେ ୬ ଟି ବେଳାଭୂମିକୁ ଏଥିରେ ସ୍ଥାନିତ କରାଯାଇଥିବା ବେଳେ , ଏଥିରେ ପାରାଦ୍ଵୀପ ସମୁଦ୍ର ବେଳାଭୂମିକୁ ସାମିଲ କରା ଯାଇଛି । ଗୋଆ ସି ବିଚ୍ ଢାଞ୍ଚାରେ ପାରାଦ୍ୱୀପ ବେଳାଭୂମିରେ ଝୁମ୍ପୁଡି ଘର ତିଆରି କରାଯିବା ସହିତ , ସୁସ୍ବାଦୁ ଖାଦ୍ୟ, ନାଚ ଗୀତ ର ଆସର ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭବ ଦେବ | ଫଳରେ ବନ୍ଦର ନଗରୀ କୁ ନିଜ ବ୍ୟବସାୟ କାର୍ଯ୍ୟରେ ଆସୁଥିବା ବାହାର ରାଜ୍ୟ ତଥା ବାହାର ଦେଶର ପର୍ଯ୍ୟଟକ ପାରାଦ୍ଵୀପ ର ସମୁଦ୍ର ବେଳାଭୂମି ପ୍ରତି ଆକୃଷ୍ଟ ହେବେ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇପାରିବ । ଓଡ଼ିଶାରେ ରହିଛି ୪୮୦ କିଲୋମିଟର ବ୍ୟାପୀ ସମୁଦ୍ର ବେଳାଭୂମି। ମାତ୍ର ପୁରୀ କୁ ଛାଡ଼ିଲେ ଅନ୍ୟ କୌଣସି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସେଭଳି ବ୍ୟବସ୍ଥା ନ ଥିବାରୁ ଏଠାକୁ କୈାଣସି ପର୍ଯ୍ୟଟକ ଆସିନଥାନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହେବ। ବେଳାଭୂମି ନିକଟରେ ପ୍ରସ୍ତାବିତ ହାଟରେ ସ୍ଥାନୀୟ ଅଞ୍ଚଳର କଳାକୃତି ଓ ବିଭିନ୍ନ ସାମଗ୍ରୀ ର ବ୍ୟବସାୟ କରି ବହୁ ଯୁବକ ସ୍ବାବଲମ୍ବୀ ହୋଇପାରିବେ ବୋଲି ମତ ଦେଇଛନ୍ତି ପାରାଦ୍ଵୀପ ବାସୀ। ଚିକମିକ ସୁସଜ୍ଜିତ ଆଲୋକ ଚମକିବ ସମୁଦ୍ର ବେଳାଭୂମି, ପାରାଦ୍ୱୀପ ବେଳାଭୂମିର ସୌନ୍ଦର୍ଯ୍ୟ କରଣ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପାରାଦ୍ୱୀପ ପ୍ରତି ଲୋକମାନଙ୍କୁ ସ୍ୱତଃ ଆକର୍ଷିତ କରିବ | ଯାହାକି ବହୁଦିନରୁ ପାରାଦ୍ୱୀପକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ଦିଗରେ ଅଞ୍ଚଳର ଦାବିକୁ ପୂରଣ କରିପାରିବ | ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ, ଏଠାକୁ ପର୍ଯ୍ୟଟକ ମାନଙ୍କ ଆଗମନ ସ୍ଥାନୀୟ ଅଞ୍ଚଳରେ ଏକ ବହୁବିଧ ରୋଜଗାରର ମାଧ୍ୟମ ପାଲଟିବ |ଯେପରି ସାରା ଭାରତ ରେ ଗୋଆ ବିଚ ର ସ୍ୱତନ୍ତ୍ର ପରିଚୟ ଅଛି ସେପରି ଓଡିଶା ରେ ପାରାଦ୍ୱୀପ ବେଳାଭୁମି ର ସ୍ୱତନ୍ତ୍ର ପରିଚୟ ସୁଷ୍ଟି ହେବ ବୋଲି ଆଶା କରାଯାଉଛି.ଯାହାକୁ ନେଇ ଏବେ ଉତ୍ସାହିତ ପାରାଦ୍ଵୀପ ବାସୀ। #paradip #odisha #tourism #beachtourism #OTDC #NNSODIA