କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ରାମନଗରପାଟଣାଠାରେ ଥିବା ଏକ ଟ୍ରାକ୍ଟର ସୋରୁମରେ ପଶି ତିନିମୁହାଣୀ ବଜାରକମିଟି ସଭାପତି ବାବୁଲି ମହାରଣା ଓରଫ ବିବେକାନନ୍ଦ ମହାରଣା ଓ ତାଙ୍କ ସୁରକ୍ଷାକର୍ମିଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ କାର୍, ଗୋଟିଏ ବୋଲୋରୋ, ଦୁଇଟି ବାଇକ୍, ୭ଟି ମୋବାଇଲ ଜବତ କରିଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେଥିବା ସାହା ନର୍ସିଂହୋମକୁ ସିଲ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନାଦେଇଛନ୍ତି କେନ୍ଦ୍ରାପଡା ଏସ୍ ପି ମଦକର ସନ୍ଦିପ ସମ୍ପଦ । ଗତ ୧୪ ତାରିଖ ଅପରାହ୍ନରେ ଦୁଇଜଣ ଅପରାଧି ଟ୍ରାକ୍ଟର ସୋରୁମରେ ପଶି ବାବୁଲି ମହାରଣାଙ୍କୁ ଖୋଜିଥିଲେ । ବାବୁଲି ସୋରୁମର ଉପର ମହଲାରେ ଥିବାରୁ ବାବୁଲିଙ୍କ ସୁରକ୍ଷା କର୍ମିଙ୍କ ସହିତ ଦୁଇ ଅପରାଧିଙ୍କ ସହିତ ବଚସା ହୋଇଥିଲା । ଅଭିଯୁକ୍ତ ମାନେ ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀ ଜଣକ ନିଜ ସର୍ଭିସ ରିଭରଭଲରୁ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଜଣେ ଅପରାଧିଙ୍କ ହାତରେ ଗୁଳି ବାଜିବାରୁ ସେମାନେ ସେଠାରୁ ପଲସରରେ ଚମ୍ପଟ ମାରିଥିଲେ । ଆହତ ଅଭିଯୁକ୍ତ ଓ ସହଯୋଗୀ ଦୁଇ ଜଣ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଥିବା ସାହା ନର୍ସିଂହୋମରୁ ତା ହାତରୁ ଗୁଳି ବାହାରକରି ଖସି ପଳାଇଥିଲେ । ପୋଲିସ ଏମାନଙ୍କ ପିଛାକରି ଏମାନଙ୍କୁ ଖସାଇଦେବାରେ ସହାୟତା କରିଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏମାନଙ୍କ ଠାରୁ ଅପରାଧିଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ହାସଲକରିଛି । ଏମାନଙ୍କଠାରୁ ଏକ ବନ୍ଧୁକ ସହିତ କାର, ବୋଲେରୋ, ମୋବାଇସ ସବୁ ଜବତ କରି କୋର୍ଟ ଚାଲାଣ କରିଛି । ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ଗିରଫ ଅଭିଯୁକ୍ତଙ୍କ ନାମ ପ୍ରକଶ କରିନାହାନ୍ତି ଏସ୍ ପି ।
#kendrapara #odisha #NNSODIA