ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଖୋଲିଛି ଦଶମ ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ । ପ୍ରତେକ ପିଲା ଙ୍କ ପାଖରେ ସ୍ମାର୍ଟ ଫୋନ ର ଅଭାବ ଓ ଭିଡିଓ କନଫରେସିଂ ମାଧ୍ୟମ ରେ ହେଉଥିବା ଟେକ୍ନିକାଲ ପ୍ରବ୍ଲେମ ପାଇଁ ପାଠ ପଢାରେ ହେଉଥିବା ବ୍ୟତିକ୍ରମ କୁ ଦୃଷ୍ଟିରେ ରଖି ସରକାର ଏ ଯେଉଁ ଏହି ପ୍ରଦେକ୍ଷପ ନେଇଛନ୍ତି ତାହାକୁ ଛାତ୍ର ଛାତ୍ରୀ ମାନେ ସ୍ୱାଗତ ମଧ୍ୟ ଜଣାଇଛନ୍ତି। ସ୍କୁଲ କଲେଜ ଖୋଲିବା ପୂର୍ବରୁ ସଂପୂର୍ଣ୍ଣ କ୍ଳାସ ରୁମ କୁ ସାନିଟାଇଜ କରାଯାଇଛି ଓ ଛାତ୍ର ଛାତ୍ରୀ ମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତମୂଳକ କରାଯାଇଛି । କଲେଜ ର ପ୍ରଥମ ଦିନରେ ହାରାହାରି ୭୦ରୁ୭୫ ଜଣ ଛାତ୍ରଛାତ୍ରୀ ଆସିଥିଲେ ଏବଂ ଆଗକୁ ମଧ୍ୟ୍ୟ ଯୁକ୍ତ- ଦୁଇ ର ସମସ୍ତ ଛାତ୍ର ଛାତ୍ରୀ ବିଦ୍ୟାଳୟ ରେ ଉପସ୍ଥିତ ହେବେ । ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲ ଯିବାର ସୁଯୋଗ ପାଇଛନ୍ତି । ଅନଲାଇନରେ ପଢାଯାଉଥିବା ପାଠକୁ ବୁଝିପପାରରୁନଥିବା ଛାତ୍ରଛାତ୍ରୀ ମନଖୋଲି ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ପାଠପଢି ବେଶ ଖୁସିହୋଇଛନ୍ତି । ସ୍କୁଲ ଖୋଲିବା ସମୟରେ ଅନେକ ସ୍କୁଲ ପକ୍ଷରୁ ପିଲାମାନଙ୍କୁ ମାକ୍ସ , ସାନିଟାଇଜର ଯୋଗାଇଦିଆଯିବା ସହିତ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ଶରୀରର ତାପ ମପାଯାଇଥିଲା । ଜ୍ବର ଓ ଥଣ୍ଡା ରହିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା । ତ ଦେଖାଯାଉ କରୋନା କାଳ ରେ ସରକାର ଙ୍କ ଅଫ ଲାଇନ ଶିକ୍ଷା ଦାନ କେତେ ଦୂର ଫଳପ୍ରଦ ହେଉଛି ।
#education #NNSODIA