ପାଣିରେ ପଡିଲା ସାସଂଦ ଙ୍କ ୫ ଲକ୍ଷ ଟଙ୍କା , ଭୁଷୁଡି ପଡିଲା ନିର୍ମିତ ପ୍ରାଚୀର ଖୋର୍ଦ୍ଧା ଜିଲ୍ଲାର ଐତିହାସିକ ତଥା ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ଭୁଷଣ୍ଡପୁର ଗ୍ରାମରେ ଥିବା ମା’ ଉଗ୍ରତାରା ମନ୍ଦିର । ଏହି ମନ୍ଦିର ପରିସରରେ ଥିବା ଏକ ପୋଖରୀ ଖନନ କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭୁବନେଶ୍ୱର ସାସଂଦଙ୍କୁ ଦାବି କରାଯାଇଥିଲା । ସାସଂଦ ମଧ୍ୟ ନିଜ ପାଣ୍ଠି ରୁ ୨୦୨୦-୨୧ ମସିହା ବ୍ୟୟ ଅଟକଳ ରେ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ହେଲେ ଉକ୍ତ ଟଙ୍କା ରେ ମନ୍ଦିର ପରିସର ମଧ୍ୟରେ ଥିବା ପୋଖରୀ ଖନନ କାର୍ଯ୍ୟ ହେଲା ନାହିଁ ବରଂ ପୋଖରୀ ର ପ୍ରାଚୀର ଏବଂ ପାହାଚ ନିର୍ମାଣ କାର୍ଯ୍ୟ କରାଗଲା । ଏହି ପ୍ରାଚୀର ନିର୍ମାଣ କାର୍ଯ୍ୟ କୁ ଏକ ବର୍ଷ ପୂରଣ ହେବା ପୂର୍ବରୁ ତାହା ଭୁଷୁଡି ପଡିଲାଣି । ଅତି ନିମ୍ନମାନର କାର୍ଯ୍ୟ କରାଯାଇ ଥିବାରୁ ଏପରି ଅବସ୍ଥା ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଯେଉଁ ସରକାରୀ ଅଧିକାରୀ ଏହି କାର୍ଯ୍ୟ ର ତଦାରଖ କରୁଥିଲେ ସେମାନେ କିପରି ତଦାରଖ କରୁଥିଲେ ବୋଲି ସାଧାରଣ ଜନତା ଏବଂ ଜନ ପ୍ରତିନିଧିମାନେ ପ୍ରଶ୍ନ କରିଛନ୍ତି । କଣ୍ଟ୍ରାକ୍ଟର ଏବଂ ତଦାରଖ କରୁଥିବା ଅଧିକାରୀ ମାନଙ୍କ ମିଲି-ଭଗତ୍ ରେ ନିମ୍ନ ମାନର କାର୍ଯ୍ୟ କରାଯାଇଥିଲା ବୋଲି ସମସ୍ତେ ଅଭିଯୋଗ କରିଛନ୍ତି । ଯେଉଁଥି ପାଇଁ ସାସଂଦ ଙ୍କର ଅନୁଦାନ ଅର୍ଥ ପାଣିରେ ପଡିଲା ବୋଲି ମନ୍ଦିର ଉନ୍ନୟନ କମିଟି ଅଭିଯୋଗ କରିଛନ୍ତି ।
#Ugratara #MPLAD