ଅସରାଏ ବର୍ଷାରେ ଜଳାଶ୍ରୟ ପାଲଟିଯାଏ ଡେଲି ମାର୍କେଟ। ବଡ଼ବିଲ ଡେଲି ମାର୍କେଟରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମରୁଛି। ଗତ କିଛିଦିନ ହେବ ବଡ଼ବିଲ ଅଂଚଳରେ ଲାଗିରହିଥିବା ବର୍ଷା ଯୋଗୁଁ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା।ଅନ୍ୟପଟେ ସ୍ଥାନୀୟ ପ୍ରଶାସନର ଏପର୍ଯ୍ୟନ୍ତ ନିଦ ଭାଙ୍ଗିନି । ଏପଟେ ଅସରାଏ ବର୍ଷାରେ ଜଳାଶ୍ରୟ ପାଲଟିଯାଏ ଡେଲି ମାର୍କେଟ। ବିଗତ ଦିନରେ ବଡ଼ବିଲ ପୌରପରିଷଦ ଦ୍ଵାରା କରାଯାଇଥିବା ନିମ୍ନ ମାନର କାମ ଯୋଗୁଁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଜନତା। ଗତ କିଛିଦିନ ପୂର୍ବରୁ ସ୍ଥାନୀୟ ପ୍ରଶାସନ ଏଠାରେ ପେଭର ବ୍ଲକ ବିଛାଯାଇଥିଲେ । ମାତ୍ର ନିମ୍ନ ମାନର କାର୍ଯ୍ୟ କରାଯାଇଥିବା ଯୋଗୁଁ ଆଜି ଏପରି ଅବସ୍ଥା ସୃଷ୍ଟି ହୋଇଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ। ଏଥି ସହିତ ମାର୍କେଟରେ ଥିବା ଡ୍ରେନ ଗୁଡିକର ସଫେଇକର୍ଯ୍ୟ ହେଉନଥିବା ଯୋଗୁଁ ଜଳନିଷ୍କାସନ ଠିକ ଭାବେ ହୋଇପାରୁନାହିଁ। ଏପରି ସ୍ଥଳେ ସ୍ଥାନୀୟ ପ୍ରଶାସନର ଅବହେଳା ସାଧାରଣରେ ଘୋର ଅସନ୍ତୋଷ ସୃଷ୍ଟିକରିଛି ।