ଭିନ୍ନକ୍ଷମ ଯୋଗେଶ ର ପିଛା ଛାଡୁନି ଦୁର୍ଦ୍ଦିନ । ଦିନେ ରୋଜଗାର କରି ସ୍ୱାଭିମାନର ଜୀବନ ଜିଉଁଥିବା ଯୋଗେଶ ଆଜି ମୃତ୍ୟୁ ସହିତ ସଂଗ୍ରାମ କରି କରି ଥକି ଗଲେଣି । ଶେଷରେ ସେ କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତା ଏବଂ ସରକାରୀ ସହାୟତା ଲୋଡିଛନ୍ତି ।ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଦହିପାଳ ଛୋଟପଡା ଗ୍ରାମରେ । ଯୋଗେଶ ମଲ୍ଲିକ ଅତି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ବାପମାଆକୁ ହରାଇବା ପରେ ଅନ୍ୟ ଦୁଇ ଭାଇ ତାଙ୍କୁ ଅଲଗା କରିଦେଲେ । ପେଟ ପୋଷିବାକୁ ଯୋଗେଶ ୨୦୦୭ ମସିହାରେ ବିଦେଶରେ ଏକ ଛୋଟ କମ୍ପାନୀରେ କାମ କରୁଥିବା ସମୟରେ ୨୦୧୯ ମସିହା ରେ କମ୍ପାନୀରେ କାର୍ଯ୍ୟରତ ଥିବା ସମୟରେ ୩୬ କେଭି ବିଦ୍ୟୁତ ସ୍ପର୍ଶରେ ଆସିଯିବାରୁ ଡାହଣ ହାତ ଓ ଡାହାଣ ପାଦର ୪ ଟି ଆଙ୍ଗୁଠିକୁ ହରାଇ ବସିଥିଲେ । ଏହି ଦୁର୍ଘଟଣା ପରେ ଯୋଗେଶ ସିନା ବଞ୍ଚିଗଲେ ହେଲେ ଦିବ୍ୟାଙ୍ଗ ପାଲଟି ଯିବାରୁ ଆଉ ତାଙ୍କୁ କୈଣସି କାମ ମିଳିଲା ନାହିଁ ।ବାଧ୍ଯ ହେଇ ନିଜ ଘରକୁ ପଳାଇ ଆସିଥିଲେ ଯୋଗେଶ । ଗ୍ରାମବାସୀ ଚଳିବାକୁ କିଛିଦିନ ସାହାଯ୍ୟ କରିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ରହିବାକୁ ଆବାସ ଯୋଜନାରେ ଘର ଖଣ୍ଡିଏ ଓ ମାସିକ ଭିନ୍ନ କ୍ଷମ ଭତ୍ତା ଗଣ୍ଡେ ମଧ୍ଯ ଯୋଗାଇ ଦିଆଗଲା ।ଯେଉଁଥିରେ ଚଳିବା ସମ୍ଭବପର ହେଉନଥିଲେ ମଧ୍ଯ ମାଗିଯାଚି ଦୁଖକଷ୍ଟରେ ଚଳି ଯାଉଥିଲେ ଯୋଗେଶ ।କିନ୍ତୁ ଯୋଗେଶଙ୍କର ଏତିକିରେ ଦୁଖଃ ସରିଲାନି । ଏବେ ତାଙ୍କର ବାମପାଦରେ ଏକ ମାସଂ ବଢିବାରେ ଲାଗିଛି । ତାଙ୍କୁ ଅସହ୍ଯ କଷ୍ଟ ହେବାରୁ ଗ୍ରାମବାସୀଙ୍କ ସହାୟତା ରେ ତାଙ୍କୁ କଟକ ଡାକ୍ତରଖାନାକୁ ନିଆଯାଇଥିଲା ।ଚିକିତ୍ସା ରେ ବିଳମ୍ବ କାରଣରୁ ଡାକ୍ତର ଯୋଗେଶ ଙ୍କ ବାମ ଗୋଡରେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଅର୍ଥର ଆବଶ୍ୟକ ଯାହାଫଳରେ ଗ୍ରାମବାସୀ ତାଙ୍କୁ ଆଣି ଘରେ ଛାଡିଦେଇଛନ୍ତି ।କରେନା ମହାମାରୀ ସମୟରେ ଗ୍ରାମବାସୀ ବି ସହାୟତାର ହାତ ବଢାଉ ନାହାନ୍ତି । ଅର୍ଥ ଅଭାବରୁ ଯୋଗେଶ ଏବେ ଘରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।କେହି ସହୃଦୟ ବ୍ୟକ୍ତି କିମ୍ବା ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିଲେ ସେ ନିଜର ଚିକିତ୍ସା କରାଇ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତେ ବୋଲି ଆକୁଳ ନିବେଦନ କରିଛନ୍ତି ।
#JAGATSINGHPUR #NNSODIA