୮୩ ବର୍ଷୀୟ ବୃଦ୍ଧାଙ୍କର ନା ଅଛି ରାସନ୍ କାର୍ଡ, ନା ଅଛି ଆବାସ ଜୀବନ ର ଶେଷ ମୁହୂର୍ତ୍ତ ରେ କେବଳ ନାତି ହିଁ ଭରଷା l ନବରଙ୍ଗପୁର ପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ମଇଦଲ ପୁର ପଂଚାୟତ ଅନ୍ତର୍ଗତ ନୀଳାଦ୍ରି ଗୁଡା ରେ ରୁହନ୍ତି ଗୋମତୀ ମାଝୀ । ବୟସ ୮୩ ଛୁଇଁଲାଣି । ବୟସ ର ଅପରାହ୍ନ ରେ ନା ଭଲ ଭାବରେ ଶୁଣି ପାରୁଛନ୍ତି ନା ଚାଲି ନା ଚାଲି ପାରୁଛନ୍ତି । ଏପରି ପରିସ୍ଥିତିରେ ଜଣେ ବୃଦ୍ଧା ମହିଳା ସରକାରୀ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି l ସୂଚନା ଅନୁଯାଇ ନୀଳାଦ୍ରି ଗୁଡାର ସରକାରୀ ଯୋଜନା ରୁ ବଞ୍ଚିତ ହୋଇଛନ୍ତି ଗୋମତୀ ମାଝୀ l ବର୍ତ୍ତମାନ ନିଜର ନାତି ବିପିନ୍ ମାଝୀ ପାଖରେ ରହିଆସୁଛନ୍ତି ଗୋମତୀ । ଦୁଃଖର ବିଷୟ ଯେ ସରକାରୀ ଯୋଜନା ରୁ ପେନସନ ବାବଦକୁ କେବଳ ପାଞ୍ଚ ଶହ ଟଙ୍କା ହିଁ ମିଳୁଛି l ଏପରି ସ୍ଥଳେ ନିଜ ନାତି ଯାହା ଦେଲେ ଖାଉଛନ୍ତି ନ ହେଲେ ଭୋକ ଉପାସ ରେ ଦିନ କାଟୁଛନ୍ତି l ସରକାର ଙ୍କ ମାଳ ମାଳ ଯୋଜନା କାହା ପାଇଁ ? ଯେତେବେଳେ କି ଗରୀବ ଆଦିବାସୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି । କଣ ଏହା ହିଁ ହେଉଛି ଓଡ଼ିଶାର ବିକାଶର ଚିତ୍ର ? ଏପରି ପରିସ୍ଥିତି ରେ ସରକାରୀ ସହାୟତା ଲୋଡିବା ସହିତ ପ୍ରଶାସନ ପକ୍ଷରୁ ଘର ଓ ଖାଇବା ପାଇଁ ଚାଉଳ ଯୋଗାଇ ଦେବାକୁ ବିନମ୍ର ଅନୁରୋଧ କରିଛନ୍ତି ଗୋମତୀ ମାଝୀ ।
#NNSODIA