ପୋଲିସ ମାନଙ୍କର ସାମ୍ବାଦିକ ମାନଙ୍କ ପ୍ରତି ଦୁର୍ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ କିଛିଦିନ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାରେ ସମାନ ଘଟଣା ଘଟିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏଇ ଘଟଣାଟିରେ ସବୁ ସୀମା ପାର କରିଯାଇଛନ୍ତି ପୋଲିସ କର୍ମଚାରୀ ଜଣକ । ଏସପିଙ୍କ କାର୍ଯ୍ୟାଳୟ ନିକଟରେ, ଜଣେ କର୍ତ୍ତବ୍ୟ ରତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଜଣେ ମହିଳା କନେଷ୍ଟବଳ ବିଚ୍ ବଜାରରେ ଗାଲରେ ଥାପଡ୍ ପରେ ଥାପଡ୍ ମାରି ଚାଲିଥିବା ଘଟଣା ସାରା ଜିଲ୍ଲାକୁ ସ୍ତବ୍ଧ କରିଦେଇଛି । ଗତକାଲି ବିଜେପିର ଗଣଧାରଣା ଚାଲିଥିବା ବେଳେ ଏହି ସାମ୍ବାଦିକ ଜଣକ ସେଠାରେ ଭିଡିଓଗ୍ରାଫି କରୁଥିଲେ । ହଠାତ ମାସ୍କ ପିନ୍ଧି ନଥିବା ଜଣେ ମହିଳା କନେଷ୍ଟବଳ ଭିଡିଓ କରିବାକୁ ନେଇ ଉତକ୍ଷିପ୍ତ ହୋଇ ଉଠିଥିଲେ । ଏବଂ ଭିଡ ଭିତରକୁ ଧସେଇପସି ସାମ୍ବାଦିକ ଜଣଙ୍କର ସାର୍ଟ ଚିରି ତାଙ୍କ ଗାଲରେ ଚଟକଣି ପରେ ଚଟକଣି ଦେଇ ଚାଲୁଥିଲେ । ଦେଖନ୍ତୁ ଏହି ଭିଡ଼ିଓ ଟିକୁ । କିନ୍ତୁ ଏଠାରେ ସାମ୍ବାଦିକ ଜଣକ ନିଜର ସମ୍ଭ୍ରମତା ଜଗି ଚାଲିଥିଲେ । କେତେକ ଗଣମାଧ୍ୟମର ପ୍ରତିନିଧି ଏହି ଦୃଘଟଣାର ଭିଡିଓ କରି ବିଭିନ୍ନ ସୋସିଆଲ ମେଡିଆରେ ଭାଇରାଲ କରିବାପରେ ସାରାଜିଲ୍ଲାରେ ପୋଲିସର ଏତାଦୃଶ ଆଚରଣ ପାଇଁ ନିନ୍ଦା କରାଯାଇଛି । କ୍ଷମତାରେ ଅନ୍ଧ ଏପରି ପୋଲିସ ମାନଙ୍କର କାର୍ଯ୍ୟ କଳାପକୁ ବିରୋଧ କରି ଆଜି କେନ୍ଦ୍ରାପଡାର ତମାମ ସାମ୍ବାଦିକମାନେ କଲେକ୍ଟର ଅଫିସ ସମ୍ମୁଖରେ ବିକ୍ଷୋଭ ଆରମ୍ଭ କରିଛନ୍ତି । ଆଜି ସ୍ଥାନୀୟ ବିଧାୟକମାନେ କଲେକ୍ଟର ଅଫିସ ଆସିଥିବା ବେଳେ ସାମ୍ବାଦିକମାନେ ବିଧାୟକ ମାନଙ୍କୁ ତାଲା ପକାଇ ଏହି ଘଟଣା ସମ୍ଵନ୍ଧରେ ସହ ଆଲୋଚନା କରିବା ସହ ସାମ୍ବାଦିକ ମାନେ ବିଧାୟକ ମାନଙ୍କ ସମ୍ମୁଖରେ ନିଜର ଦାବି ରଖିଛନ୍ତି ।
#kendrapara #NNSODIA