କେନ୍ଦ୍ରାପଡା ଜିଲ୍ଲା ଆଳି ତହସିଲ ଅନ୍ତର୍ଗତ ପତ୍ରପୁର ପଞ୍ଚାୟତର ରାୟସରପୁର ଗ୍ରାମରେ ରୁହନ୍ତି ରୀତା ମଳିକ । କରୋନା ମହାମାରୀର ପ୍ରକୋପରେ ଚରିଆଡେ ତାଟିକବାଟ ପଡି ଲକଡାଉ ଓ ସଟଡାଉନ ଚାଲିଥିବାବେଳେ ଆଳି ତହସିଲର ତହସିଲଦାର, ବାଟିପଡା ଆର୍ ଆଇ,ପତ୍ରପୁର ସରପଞ୍ଚ ଆଦି ସ୍ଥାନୀୟ ଲୋକେ ବୁଲଡୋଜର ଲଗାଇ ରୀତାଙ୍କର ଏକମାତ୍ର ରହିବା ଘରକୁ ଭାଙ୍ଗି ମାଟିରେ ମିଶାଇଦେଇଥିଲେ । ବର୍ତ୍ତମାନ ଭୂମିହୀନ ରୀତା ତାଙ୍କର ପରିବାର ପିଲା ଏବଂ ୮୦ ବର୍ଷର ବୁଢି ଶାଶୁଙ୍କ ସମେତ ବାସହୀନ ହୋଇ ଦୁଖଃ ଦୁର୍ଦ୍ଦଶାର ଜୀବନ ବିତାଉଛନ୍ତି । କରୋନାର ଏହି ବିପତ୍ତି ସମୟରେ ସରକାର ଏବଂ ଉଚ୍ଚ ଅଦାଲତ ଏମିତି ଭୂମିହୀନ ମାନଙ୍କ ଘରକୁ ନଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ତହସିଲଦାର ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଏହି ପରିବାର ଉପରେ ଅତ୍ୟାଚାର ଭଳି କାଣ୍ଡ ଘଟାଇଥିବା ରୀତାଙ୍କ ଓକିଲ ହଳଧର ସେଠି ତାଙ୍କ ଯୁକ୍ତି ବାଢିଛନ୍ତି । ସରକାରଙ୍କ ନିକଟରେ ଅନେକଥର ଅନୁରୋଧ କଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ । ତେଣୁ ବାଧ୍ୟହୋଇ ଆଳି ତହସିଲର ତହସିଲଦାର ତପନ କୁମାର ସେନାପତି, ବାଟିପଡା ଆର୍ ଆଇ, ଅଶୋକ ରାୟ, ପତ୍ରପୁର ସରପଞ୍ଚଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ରୀତାଙ୍କ ପକ୍ଷରୁ ତାଙ୍କ ଓକିଲ ହଳଧର ସେଠି ଏହି ମାମଲା କୋର୍ଟରେ ଦାୟର କରିଛନ୍ତି ।
#KENDRAPARA #NNSODIA