ହଜାର ବର୍ଷ ପୂର୍ବରୁ ପାବନଧାରା ଭାରତ ବର୍ଷକୁ ଜ୍ଞାନ, ବିଜ୍ଞାନ ଏବଂ ଦର୍ଶନ ଶାସ୍ତ୍ରର ଗୁରୁ ରୂପରେ ବିବେଚନା କରାଯାଏ । ଜ୍ଞାନର ଭଣ୍ଡାର ହେଉ କିମ୍ବା କ୍ରୀଡା କୌଶଳର ଚତୁରତା ହେଉ । ସବୁ କ୍ଷେତ୍ରରେ ଆମ ଭାରତ ବର୍ଷର ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ପ୍ରାୟ ପଞ୍ଚମ ଶତାବ୍ଦୀରୁ ତଥା ୧୫୦୦ ବର୍ଷ ପୂର୍ବରୁ ଆମ ଭାରତରେ ଖାସ କରି ରାଜା ଓ ସମ୍ଭ୍ରାନ୍ତ ପରିବାର ମାନଙ୍କରେ ଚତୁରଙ୍ଗା ନଙ୍କ କ୍ରୀଡ଼ା ବେଶ ଆଦୃତ ହୋଇଥିଲା । ଯାହାକୁ ଆଜି ଦିନରେ ଚେସ ବୋଲି ଆମେ କହିଥାଉ । କହିବାକୁ ଗଲେ ପଞ୍ଚମ ଶତାବ୍ଦୀର ଚତୁରଙ୍ଗା ଆଜି ଚେସ ନାମରେ ପୁରା ବିଶ୍ୱରେ ପରିଚିତ । ପୂର୍ବ ସମୟରେ ରାଜା ବା ରାଜ ପରିଷଦ ବର୍ଗ ବା ସେନାପତି ମାନଙ୍କ ମାନସିକ ବିକାଶ କରାଇବା ସହ କୂଟନୈତିକ ପାରଦର୍ଶିତାକୁ ବୃଦ୍ଧି କରାଇବାରେ ସହାୟକ ହେଉଥିଲା । ଆଜିର ଦିନରେ ଚେସ ଭାରତ ତଥା ଏସିଆ ୟୁରୋପ, ମଧ୍ୟପ୍ରାଚ୍ୟ ଏବଂ ଅଷ୍ଟ୍ରେଲିଆ ସହ ପୁରା ବିଶ୍ୱରେ ଏକ ଲୋକପ୍ରିୟ ଖେଳ ଭାବରେ ପରିଚିତ । ୧୯୨୪ ଜୁଲାଇ ୨୦ ତାରିଖରେ ଫ୍ରାନ୍ସ ରେ ଖେଳା ଯାଉଥିବା ସମର ଅଲମ୍ପିକରେ ଏହି ଖେଳକୁ ସାମିଲ କରାଯିବା ସହିତ ୧୯୬୬ ମସିହାରେ ପ୍ରତିବର୍ଷ ଜୁଲାଇ ୨୦ ତାରିଖକୁ ଆନ୍ତର୍ଜାତୀୟ ଚେସ ଦିବସ ରୂପେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । ବିଶ୍ୱ ଚେସ ସଂଗଠନ ବା ୱାର୍ଲଡ଼ ଚେସ ଫେଡରେସନ ଏହି ଖେଳକୁ ଅଲମ୍ପିକ ଭଳି ବିଶ୍ୱର ଚର୍ଚ୍ଚିତ ଇଭେଣ୍ଟରେ ସାମିଲ କରାଇବା ଦ୍ୱାରା ଚେସ ବା ଚତୁରାଙ୍ଗର ମର୍ଯ୍ୟାଦା ଆହୁରି ବଢିଯାଇଛି ।
ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ସାର ଆଲବର୍ଟ ଆଇନଷ୍ଟାଇନଙ୍କ କହିବା ଅନୁଯାୟୀ ଚେସ ବୋର୍ଡ ଏକ ଯୁଦ୍ଧକ୍ଷେତ୍ର ସଦୃଶ । ଏହା ମଣିଷର ଅନ୍ତର୍ନିହିତ ବୁଦ୍ଧିକୁ ବିକଶିତ କରାଇବା ସହ ମନର ଭୟକୁ ପ୍ରତିରୋଧ କରିଥାଏ ।
ଚେସରେ ଆମ ଦେଶର ଚର୍ଚ୍ଚିତ ଖେଳାଳୀ ବିଶ୍ୱନାଥ ଆନନ୍ଦ ବାରଟା ପାଇଁ ଗୌରବ ଆଣିଦେଇଛନ୍ତି ।
#InternationalChessDay #NNSODIA