ମନୁଷ୍ୟର ଅନ୍ତର୍ନିହିତ ବୁଦ୍ଧି ଓ ବିବେକର ଅଭିବୃଦ୍ଧି ପାଇଁ ଶିକ୍ଷା ନିତାନ୍ତ ଆବଶ୍ୟକ । ବୈଦିକ ଯୁଗର ଗୁରୁକୁଳ ଠାରୁ ଆରମ୍ଭ କରି ଏବେର ସଭ୍ୟ ସମାଜ ପର୍ଯ୍ୟନ୍ତ ସବୁ ସମୟରେ ଶିକ୍ଷାର ସ୍ୱତନ୍ତ୍ର ସ୍ଥାନ ରହିଆସିଛି । ପ୍ରତେକ ଦେଶରେ ଶିକ୍ଷାର ମାନଦଣ୍ଡ ଓ ଶିକ୍ଷଣାନୀତି ବା ଶିକ୍ଷା ପଦ୍ଧତି ସେହି ଦେଶର ଅର୍ଥନୀତି ଏବଂ ସାମାଜିକ ବିକାଶ ଉପରେ ବିଶେଷ ପ୍ରଭାବ ପକାଇଥାଏ। ଗତ ୨୦୨୦ ମସିହାରେ ଭାରତ ସରକାରଙ୍କ ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ଦେଶରେ ନୂଆ ଶିକ୍ଷାନୀତି ଲାଗୁ କରାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୩୪ ବର୍ଷ ପରେ ଆମ ଦେଶରେ ନୂତନ ଶିକ୍ଷାନୀତି ବା ନିୟୁ ଏଜୁକେସନ ପଲିସି ଲାଗୁ କରାଯାଇଛି । ପୂର୍ବରୁ ବି.ଟେକ ର ୪ ବର୍ଷୀୟା ଶିକ୍ଷା ସମାପ୍ତ କରିବାପରେ ଶିକ୍ଷାର୍ଥୀଙ୍କୁ ବିଟେକ ପ୍ରମାଣ ପତ୍ର ମିଳୁଥିଲା । କିନ୍ତୁ ନୂତନ ଶିକ୍ଷାନୀତିରେ ପ୍ରଥମ ବର୍ଷ ବ.ଟେକ ପରେ ଯଦି ଶିକ୍ଷାର୍ଥ ଶିକ୍ଷା ଗ୍ରହଣ ବନ୍ଦ କରନ୍ତି ତେବେ ତାଙ୍କୁ ବ.ଟେକ ସାର୍ଟିଫିକେଟ କୋର୍ସ , ଦ୍ବିତୀୟ ବର୍ଷରେ ଏଡଭାନ୍ସ ଡିପ୍ଲୋମା, ତୃତୀୟ ବର୍ଷରେ ବ୍ୟାଚଲର ଏବଂ ଚତୁର୍ଥ ବା ଶେଷ ବର୍ଷରେ ଡିଗ୍ରୀ ଉଇଥ ରିସର୍ଚ୍ଚର ପ୍ରମାଣପତ୍ର ମିଳିବ । ଏହାଦ୍ୱାରା ଅଧାରୁ ବି.ଟେକ ଛାଡି ଦେଉଥିବା ଛାତ୍ର ଛାତ୍ରୀଙ୍କୁ ଏକ ନିଶ୍ଚିତ ପ୍ରମାଣପତ୍ର କର୍ମ ନିଯୁକ୍ତି ପାଇବାରେ ମଧ୍ୟ ସହାୟକ ହେବ । ଏହି ନୂଆ ନୀତିରେ ଓଡ଼ିଆ ସହିତ ୧୧ ଟି ପ୍ରାଦେଶିକ ଭାଷାରେ ବି.ଟେକ ଶିକ୍ଷା ଦାନ ପାଇଁ ଅନୁମତି ମିଳିଛି । ନୂତନ ଶିକ୍ଷାନୀତି ୨୦୨୦-୨୧ ଆର୍ଥିକ ବର୍ଷରୁ ଏହା ଲାଗୁ ହେବାକୁ ସ୍ଥିର କରାଯାଇଥିଲା ।