ରାଜ୍ୟସରକାରଙ୍କ ଅଘୋଷିତ ବିଦ୍ୟୁତ୍ କାଟ ଓ ବିଦ୍ୟୁତ ଦରବୃଦ୍ଧି ବିରୋଧରେ ସୁକିନ୍ଦା ବିଦ୍ୟୁତ୍ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ସୁକିନ୍ଦା ବିଜେପି । ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି,ଅଘୋଷିତ ବିଜୁଳି କାଟ ଓ ଲୋ ଭୋଲ୍ଟେଜ ପ୍ରତିବାଦରେ ସୁକିନ୍ଦା ବିଜେପି ବିଧାୟକ ପାର୍ଥି ଡ଼. ପ୍ରଦୀପ ବଳସାମନ୍ତ ଓ ଯାଜପୁର ଜିଲ୍ଲା ଯୁବମୋର୍ଚା ସଭାପତି ବିଶ୍ୱଜିତ ରାଜଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ରବିବାର ଦିନ ୧୦ ଟା ସମୟରେ ସୁକିନ୍ଦା ବିଦ୍ୟୁତ୍ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହାମାରୀ କରୋନାର ସଙ୍କଟ ସମୟରେ ରାଜ୍ୟ ସରକାରଙ୍କ ଅଘୋଷିତ ବିଦ୍ୟୁତ୍ କାଟ ଓ ବାରମ୍ବାର ଅହେତୁକ ଦରବୃଦ୍ଧି ବିରୋଧରେ ସୁକିନ୍ଦା ବିଦ୍ୟୁତ୍ ଅଫିସ ସମ୍ମୁଖରେ ନାରାବାଜି ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସୁକିନ୍ଦା ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
#NNSODIA