ରାଜ୍ୟ ସରକାର ଅସହାୟ ଭିର୍ଣ୍ଣକ୍ଷମ ମାନଙ୍କ ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି, ଏମିତି କି ସ୍ୱାସ୍ଥ୍ୟ ପରିବହନ ଶିକ୍ଷା ରୋଜଗାର କ୍ଷେତ୍ରରେ ମଧ୍ୟ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରଖିଛନ୍ତି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗାଲପଡା ପଞ୍ଚାୟତ ଅନ୍ତର୍ଗତ ଭାନୁପଡ଼ା ଗ୍ରାମରେ । ଭାନୁପଡା ଗ୍ରାମରେ ରୁହନ୍ତି ସୁଧାଂଶୁ କୁମାର ସାହୁ । ସେ ଜଣେ ଜନ୍ମ ଗତ ଅନ୍ଧ ବ୍ୟକ୍ତି । ବାପା ତାଙ୍କର ଜଣେ ଚାଷୀ ହେଲେ କଣ ହବ ନିଜ ପୁଅକୁ ପାଠ ପଢ଼ାଇ ବଡ଼ ମଣିଷ କରାଇବାର ଯେଉଁ ସ୍ବପ୍ନ ସିଏ ଦେଖିଥିଲେ, ସେଥିପାଇଁ ନା ନିଜ ପାଇଁ କେବେ ଭଲ ଦାନ ମୁଠେ ପେଟ କୁ ଖାଇଛନ୍ତି ନାଁ ନିଜ ପାଇଁ ଭଲ କରି ପକ୍କା ଘର ଖଣ୍ଡିଏ କରିଛନ୍ତି ।
କାରଣ ସିଏ ଜାଣିଛନ୍ତି ହୁଏତ ସିଏ ଆଜି ଦାରିଦ୍ର୍ୟତା ର ଏକ ଉଦା ହରଣ ନେଇ ବଞ୍ଚୁ ଛନ୍ତି । କିନ୍ତୁ ପରବର୍ତୀ ସମୟରେ ସବୁ ବଦଳି ଯିବ ତାଙ୍କ ପୁଅ ଦିନେ ପାଠ ପଢି ବଡ଼ ମଣିଷ ହବ ଏବଂ ବାପା ର ଦୁଃଖ କୁ ସୁଖ ରେ ବଦଳେଇ ଦବ । ସୁଧାଂଶୁ କୁମାର ସାହୁ କହିଲେ ଆଖ ପାଖ ଅଞ୍ଚଳର ଜଣେ ଜନ୍ମ ଗତ ଅନ୍ଧ ବ୍ୟକ୍ତି । ହେଲେ ସେ ଅନ୍ଧ ହେଲେ କଣ ହବ ଏ ଅଞ୍ଚଳ ର ଜଣେ ନାମୀ ମେଧାବୀ ଛାତ୍ର ଭାବେ ପରିଚିତ । ସୁଧାଂଶୁ ନିଜର ଘର ପରିସ୍ଥିତି ଆଉ ନିଜର ଭିର୍ଣ୍ଣତା କୁ କେବେ ପ୍ରମାଣ ନକରାଇ ମନ ଦେଇ ପାଠ ପଢି ଗ୍ରାଜୁଏସନ, ବି. ଇ. ଡି ଏବଂ ଉତ୍କଳ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ରେ ପିଜି ମଧ୍ୟ ସାରିଛନ୍ତି । ଆଉ ଆଜି ଯେତେବେଳେ ନିଜେ ଅନ୍ଧ ଟିଏ ହୋଇ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ରୋଜଗାର କରିବାକୁ ଚାହାନ୍ତି ସେତେବେଳେ ସରକାରୀ ନିୟମ ଅନୁଯାଇ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ର ଆବଶ୍ୟକତା ପଡୁଛି । ଆଉ ସେଥିପାଇଁ ସେ ଜଣେ ଯୋଗ୍ୟ ଓ ମେଧାବୀ ଛାତ୍ର ହୋଇ ମଧ୍ୟ ଆଜି ରୋଜଗାର କ୍ଷେତ୍ରରୁ ହେଉଛନ୍ତି ବଂଚିତ……!! ସୁଧାଂଶୁ କୁହନ୍ତି ଯେତେବେଳେ ସିଏ କଟକ ସ୍କୁଲ ରେ ପଢୁଥିଲେ ସେତେବେଳେ କଟକ ସିଡିଏମଓ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ରେ ୧୦୦% ଭିନ୍ନକ୍ଷମର ମାନ୍ୟତା ଦେଇଥିଲେ କିନ୍ତୁ ଯେହେତୁ ତାହା ଅଫଲାଇନ ସାର୍ଟିଫିକେଟ ଥିଲା ତାହା କୌଣସି କାର୍ଯ୍ୟ ରେ ଲାଗିଲାନି,ଏବେ ଗତ ତିନି ମାସ ପୂର୍ବରୁ ଯେତେବେଳେ ସ୍ଥାୟୀ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ସିଏ ଆବେଦନ କରନ୍ତି ତାଙ୍କୁ ଢେଙ୍କାନାଳ ଜିଲ୍ଲା ଭିର୍ଣ୍ଣକ୍ଷମ ବିଭାଗ ତାଙ୍କୁ ୪୦℅ ପ୍ରତିଶତ ଅସ୍ଥାୟୀ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଥିଲେ…. ଯେତେବେଳେ ସୁଧାଂଶୁ ଜଣେ ଜନ୍ମ ଗତ ଅନ୍ଧ ହୋଇ ତାଙ୍କୁ ଟେଂପେରାରୀ ପୁଣି ୪୦ ପ୍ରତିଶତ ଭିର୍ଣ୍ଣକ୍ଷମ ରବ ମାନ୍ୟତା ଦିଆଗଲା ସେ କଟକ ଏସସିବି ମେଡିକାଲ ରେ ପୁନଃ ଆବେଦନ କଲେ ଏବଂ ଫଳ ସ୍ୱରୂପ କଟକ ଏସିବି ମେଡିକାଲ ତାଙ୍କୁ ସ୍ଥାୟୀ ଭିନ୍ନକ୍ଷମ ପ୍ରମାଣପତ୍ର ୧୦୦% ର ମାନ୍ୟତା ଦେଇଛନ୍ତି। ଆଜି ଯେତେବେଳେ ନିଜ ପାଇଁ ଚାକିରୀ ଖଣ୍ଡିଏ ପାଇଁ ନିଜର ଅବସ୍ଥା ଓ ପରିସ୍ଥିତ ସହ ସଂଘର୍ଷ କରି ସୁଧାଂଶୁ ଆଗକୁ ବଢନ୍ତି ସେତେବେଳେଆମ ସରକାରୀ ବାବୁ ମାନେ ନିଜର ଖାମୀଖିଆଲି ଓ ଆବେହେଳିତ ମନ ଭାବ ପାଇଁ ଭାଙ୍ଗିଦିଅନ୍ତି ସୁଧାଂଶୁ ଙ୍କ ଭଳି ଜଣେ ଅସହାୟ୍ ଭିର୍ଣ୍ଣକ୍ଷମ ମେଧାବି ଛାତ୍ରର ସ୍ବପ୍ନ କୁ ଓ କକ୍ଷଣିକେ ଚୁରୁମାର କରିଦିଅନ୍ତି ଜଣେ କୃଷକ ପୁଅର ସ୍ୱପ୍ନ କୁ…. ଏଠି ପ୍ରଶ୍ନ ଉଠୁଛି ଯେ ଜଣେ ଅସହାୟ ସାମାଜିକ ଭିର୍ଣ୍ଣକ୍ଷମ ବ୍ୟକ୍ତି ଯେତେବେଳେ ନିଜର ହକ ପାଇଁ ସରକାରଙ୍କୁ ନିବେଦନ କରେ ସେତେବେଳେ ଆମ ସରକାରୀ ବାବୁ ମାନେ ତାଙ୍କୁ କାଲି କରିଦେବୁ ଆଜି କରିଦେବୁ କହି ଅବହେଳା କରନ୍ତି ଯାହା ପାଇଁ ଜଣେ ମେଧାବୀ ଅସହାୟ ସାମାଜିକ ଭିର୍ଣ୍ଣ କ୍ଷମ ବ୍ୟକ୍ତି ନିଜ ପାଇଁ ରୋଜଗାର କ୍ଷେତ୍ର ରୁ ବଞ୍ଚିତ ହୁଅନ୍ତି ।
#SPECIALLYABLED #STORY #ODISHA #NNSODIA