ସମ୍ପ୍ରତି ମହାମାରୀ କରୋନାର କରାଳ କାୟା ଭିତରେ ବିଶ୍ୱରେ ଆର୍ଥିକ ସଙ୍କଟ ଦେଖାଦେବା ସହ ସାଧାରଣ ଜନତାଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି । ଏବେତ ଆଗକୁ ଆସୁଛି ତୃତୀୟ ଲହର।ଏ ସବୁରୁ ମୁକୁଳି ନିଜେ ହସି ଅନ୍ୟର ମୁହଁରେ ହସ ଫୁଟାଇବା ପାଇଁ କେବଳ ସଚେତନତାର ଆବଶ୍ୟକତା ରହିଛି। ଏଭଳି ଏକ ଘଡିସନ୍ଦି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ନିରବଛିନ୍ନ ଭାବରେ ବିଭିନ୍ନ ଶାଖା ମାଧ୍ୟମରେ ଆଜକୁ ୪୮୨ଦିନ ଧରି ସମଗ୍ର ଭାରତବର୍ଷରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସଚେତନ କରିଆସୁଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜକଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ସଚେତନତା ସହ ମାକ୍ସ,ସାବୁନ,ସାନିଟାଇଜର,ଓ.ଆର.ଏସ,ବ୍ଲିଚିଂ ପାଉଡର ଦିଆଯିବା ସହିତ ଶିଶୁ ମାନଙ୍କୁ ପାଠ୍ୟ ଉପକରଣ, ଗରିବ ଅସହାୟ ମାନଙ୍କୁ ଖାଦ୍ୟ,ବସ୍ତ୍ର ଏବଂ ଆର୍ଥିକ ସହାୟତା ଯୋଗାଉଥିବାର ଦେଖିବାକୁ ମିଳିଛି।ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଗାଁ ଗାଁ ବୁଲି ରିଲିଫ ବଣ୍ଟନ ସହ ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉଥିବାବେଳେ ଫାଉଣ୍ଡେସନଦ୍ୱାରା ପରିଚାଳିତ ଶିଶୁ ସଙ୍ଗଠନ ଆଶା ଆକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୪୭୬ତମ ଦିବସରୁ ୪୮୨ତମ ଦିବସ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ କ୍ଲବର ଶିଶୁ ସଂଯୋଜିକା ସୁଶ୍ରୀ ପ୍ରକୃତି ପ୍ରିୟା ପାଣ୍ଡବଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ଚକୁଳିଆ ପଣ୍ଡା ଗୀତ ମାଧ୍ୟମରେ କରୋନା ସଚେତନତା ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା। କୋରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଏଭଳି ନିଆରା ପ୍ରୟାସକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।
#JAJPUR #CoronaAwareness #NNSODIA