ଗତ ଜୁଲାଇ ୧୫ ତାରିଖରେ ଯାଜପୁର ଜିଲ୍ଲାର ସୁକିନ୍ଦା ଦାମୋଦରପୁର ଠାରେ ରେଙ୍ଗାଲି ବାମପର୍ଶ୍ୱ କେନାଲର ଶୁଭ ଉଦଘାଟନ କଲେ ସୁକିନ୍ଦା ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଚାଷୀ ମାନଙ୍କ ଉଦ୍ଧେଶ୍ୟରେ ଖରିଫ ଚାଷ ପାଇଁ ସୁକିନ୍ଦାର ବିଭିନ୍ନ ଅଞ୍ଚଳରେ ବାମପାର୍ଶ୍ୱ କେନାଲ ଦ୍ୱାରା ଜଳ ଯାଇ ଚାଷ କାର୍ଯ୍ୟର ଉନ୍ନତି ପାଇଁ ଏହି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଯାହାଦ୍ୱାରା ସୁକିନ୍ଦା ଚାଷୀ ସମାଜ ଅନେକ ମାତ୍ରାରେ ଉପକୃତ ହୋଇପାରିବେ କେନାଲରେ ରେଙ୍ଗାଲୀ ଜଳ ପ୍ରବାହର ଉଦେଶରେ ଓଡିଶା ଜଳ ସମ୍ପଦ ବିଭାଗ କର୍ମଚାରୀ ମାନଙ୍କ ଉପସ୍ଥିତରେ ସୁକିନ୍ଦା ଦାମୋଦରପୁର ଠାରେ ରେଙ୍ଗାଲି ବାମପାର୍ଶ୍ୱ କେନାଲର ଶୁଭ ଉଦଘାଟନ ସହିତ ବୃକ୍ଷ ରୋପଣ କଲେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେଇ । କେନାଲର ପ୍ରଥମ ପାଣି ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି ପଞ୍ଚାୟତରେ ପହଞ୍ଚି ସାରିଲାଣି । ଓଡ଼ିଶାର ପ୍ରାୟ ୮୩ ପ୍ରତିଶତ କୃଷକ ଚାଷ ଉପରେ ନିର୍ଭରଶୀଳ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆର୍ଥିକବର୍ଷ ୨୦୧୩-୧୪ ରୁ ଆରମ୍ଭ ହୋଇଥିଲା କୃଷି ବଜେଟ । ଯେଉଁଥିରେ ଜଳସେଚନକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା । ରାଜ୍ୟର ୩୧୪ ବ୍ଲକର ୩୫ ପ୍ରତିଶତ ଜମିରେ ଜଳସେଚନ ଏବଂ ଜଳସେଚିତ ଜମିର ପରିସୀମା ବଢ଼ାଇବା ପାଇଁ ସରକାରଙ୍କର ପ୍ରୟାସ ପ୍ରଶଂସନୀୟ ।
#RENGALI #NNSODIA