ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ମହିଳା ମୁଖପାତ୍ର ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓଡ଼ିଶାରେ ଚାଷୀ ମାନଙ୍କଠାରୁ ଧାନ କିଣାରେ ଅନିୟମିତତାକୁ ନେଇ ବିଜେପି ଦଳର ଅଭିଯୋଗକୁ ଖଣ୍ଡନ କରିବା ସହ ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ଏବଂ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିଷୟରେ ଅବଗତ କରାଇଥିଲେ । ଏହା ସହ ରାଜ୍ୟ ସରକାରଙ୍କ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ । ଏହା ସହ ଦଳର ଅନ୍ୟତମ ମୁଖପାତ୍ର ଶ୍ରୀମୟୀ ମିଶ୍ର ଧାନ କିଣାକୁ ନେଇ ସରକାରଙ୍କ ସ୍ୱଚ୍ଛତା ନୀତି ନିୟମକୁ ସାମ୍ବାଦିକ ମାନଙ୍କ ଆଗରେ ଉଜାଗର କରିଥିଲେ ।