ଗତ ବର୍ଷ ଠାରୁ କରୋନା ମହାମାରୀ କବଳରେ କବଳିତ ପୁରା ବିଶ୍ୱ। କରୋନା ମହାମାରୀ ଛଡାଇନେଇଛି ଅନେକଙ୍କର ଜୀବନ ଜୀବିକା। କେବଳ ଭାରତ ନୁହେଁ ପୁରା ବିଶ୍ୱର ଅର୍ଥନୀତୀ ଧରାଶାୟୀ ହୋଇଯାଇଛି କରୋନା ମହାମାରୀ ପାଇଁ । ଅପରପାର୍ଶ୍ୱରେ କିଛି ଲୋକଙ୍କ ପାଇଁ ଏହା ଏକ ସୁଯୋଗ ମଧ୍ୟ ସୃଷ୍ଟି କରିଛି।କରୋନା କାଳରେ ବିହାର ମୁଜାଫରପୁର ସ୍ଥିତ ଜଣେ ମୂର୍ତ୍ତିକାଶିଳ୍ପୀ ଜୟପ୍ରକାଶଙ୍କ ପାଇଁ ଆଣିଦେଇଛି ଏକ ଅବସର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂର୍ତ୍ତିକୁ କୁମ୍ପିର ରୂପଦେଇ ସାଧାରଣରେ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଜୟପ୍ରକାଶଙ୍କର ଏପରି ପ୍ରୟାସକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି।