ଅର୍ବାନ ବ୍ୟାଙ୍କ ବିରୁଦ୍ଧରେ କର୍ମଚାରୀଙ୍କର ପ୍ରାପ୍ୟ ଅର୍ଥ କୁ ଆତ୍ମସାତ କରିବା ଅଭିଯୋଗରେ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ସିବିଆଇ ସିବିଆଇ ତଦନ୍ତ ଦାବି କରାଯାଇଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ସଂଘ ର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ ନିଜର ମନ୍ତବ୍ୟ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ ଦୀର୍ଘଦିନ ଧରି 2015 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଅର୍ବାନ ବ୍ୟାଙ୍କର ସେୟାର ହୋଲ୍ଡର ମାନଙ୍କୁ ନିଜର ପ୍ରାପ୍ୟ ମିଳିପାରିନାହିଁ । ଏଥି ସହିତ ସେମାନଙ୍କ ଟଙ୍କା ବାହାର ସେୟାର ମାର୍କେଟରେ ଲଗାଯାଉଥିବା ଖବର ମଧ୍ୟ ମିଳିଛି ଯେତେବେଳେ କି ଏହି ଟଙ୍କା ବାହାର ସେୟାର ମାର୍କେଟରେ ଲଗାଇବା ନିୟମ ବିରୁଦ୍ଧ । ଅର୍ବାନ ବ୍ୟାଙ୍କ ଡ଼ାଇରେକ୍ଟର ମାନେ ମିଛ କାମର ପ୍ରମାଣ ଦେଖାଇ ପ୍ରାୟ 4 କୋଟି 50 ଲକ୍ଷ ଟଙ୍କା ଆତ୍ମସାତ କରିସାରିଛନ୍ତି । ଯାହାର ଆଜିଯାଏ କୌଣସି ହିସାବ ମିଳିପାରିନାହିଁ । ଅପରପକ୍ଷେ 2010 ମସିହାଠାରୁ ଆଜିପର୍ଯ୍ୟନ୍ତ ଇଲେକ୍ସନ ମଧ୍ୟ ହୋଇପାରି ନାହିଁ । 2015ରେ ଇଲେକ୍ସନ ହେବାକୁ ଥିଲେ ମଧ୍ୟ ଏହାକୁ ବନ୍ଦ କରି ଗତ ୬ ବର୍ଷ ଧରି ଡ଼ାଇରେକ୍ଟର ମାନେ ନିଜର ମନମୁଖୀ କାର୍ଯ୍ୟ କରି ଆସୁଛନ୍ତି ।ତେଣୁ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକଙ୍କ ସଂଘ ପକ୍ଷରୁ ଅର୍ବାନ ବ୍ୟାଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ କରାଯିବା ସହିତ ସମସ୍ତ ସେୟାର ହୋଲ୍ଡର ମାନଙ୍କର ସମସ୍ତ ପ୍ରାପ୍ୟ ଇଣ୍ଟରେଷ୍ଟ ସହିତ ଫେରାଇବା ପାଇଁ ଦାବି କରିଛନ୍ତି । ଆତ୍ମସାତ ହୋଇଥିବା ପୁରା 4କୋଟି 50ଲକ୍ଷ ଟଙ୍କାର ହିସାବ ମାଗିଛନ୍ତି ଶ୍ରମିକ ସଂଘ ।
ଏକ ମାସ ମଧ୍ୟରେ ଦାବି ପୂରଣ ନ ହେଲେ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ସଂଘ ପକ୍ଷରୁ ତୀଵ୍ର ଆନ୍ଦୋଳନ ସହିତ ଅଫିସ ଘେରାଉର ଚେତାବନୀ ଦେଇଛନ୍ତି ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ସଂଘ ।