ଭାରତରେ ସାଇବର କ୍ରାଇମ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଆସିଛି । ତେଣୁ ସାଇବର ନିରାପତ୍ତାକୁ ଦୃଷ୍ଟିରେ ରଖି ୨୦୦୦ ମସିହାରେ ସୂଚନା ପ୍ରଯୁକ୍ତି ର ଧାରା ୬୬ (କ) ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ଯୋଗାଯୋଗ ସେବା ବା ସୋସିଆଲ ମିଡ଼ିଆରେ ଯଦି କୌଣସି ଆପତ୍ତିଜନକ ଏବଂ ବିପଦପୂର୍ଣ୍ଣ ଫଟୋ,ଭିଡିଓ, କମେଣ୍ଟ କିମ୍ବା ଅଡିଓ ଉଦେଶ୍ୟମୂଳକ ଭାବେ ପଠାଇଥାନ୍ତି ତେବେ ସୂଚନା ପ୍ରଯୁକ୍ତି ଧାରା ୬୬ (କ) ଅନୁଯାୟୀ ଜୋରିମାନା ସହିତ ୩ ବର୍ଷ ଜେଲ ଦଣ୍ଡ ବିଧାନ ର ଆଇନ ରହିଥିଲା । ପରେ ୨୦୦୮ ରେ ଏହି ଧାରାକୁ ସଂଶୋଧନ କରାଯାଇଥିଲା । ୫ ଫେବୃଆରୀ ୨୦୦୯ ରେ ରାଷ୍ଟ୍ରପତି ଏହି ଆକ୍ଟ କୁ ନେଇ ସହମତି ପ୍ରଦାନ କରିଥିଲେ ।
କିନ୍ତୁ ୨୦୧୩ରେ ମହାରାଷ୍ଟ୍ରରେ ଶିବସେନାର ସୁପ୍ରିମୋ ବାଲ ଠାକରେଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ମନ୍ତବ୍ୟ ପାଇଁ ଦୁଇ ଛାତ୍ରଙ୍କୁ ଗିରଫ କରାଯିବାପରେ, ଆଇନ ଛାତ୍ରୀ ଶ୍ରେୟା ସିଙ୍ଗଲଙ୍କ ସହିତ କେତେକ ଏନଜିଓ ଏବଂ କମ୍ପାନୀ ମାନେ ମିଳିତ ଭାବେ ସୁପ୍ରିମକୋର୍ଟ ରେ ଏହି ବ୍ୟବସ୍ଥାକୁ ଅସମ୍ବିଧାନୀକ ବୋଲି ବିବେଚନା କରିଥିଲେ । କାରଣ ଏହା ଜନସାଧାରଣଙ୍କର ଅଭିବ୍ୟକ୍ତି ର ସ୍ୱାଧୀନତାକୁ ପ୍ରଭାବିତ କରୁଥିବା ଏବଂ ଏହା ଦ୍ୱାରା ଅନେକ ନିର୍ଦୋଷ ମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇସାରିଥିଲା । ଯେଉଁଥି ପାଇଁ ୨୦୧୫ ରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଧାରା ୬୬ (କ) କୁ ରଦ୍ଦ କରିଦିଆ ଯାଇଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଜିକୁ ୭ ବର୍ଷ ପରେ ମଧ୍ୟ ଧାରା ୬୬ (କ) ରେ ଲୋକମାନଙ୍କ ନାଁ ରେ ମାମଲା ରୁଜୁ କରାଯାଉଛି । ସୂଚନା ଅନୁଯାୟୀ ବର୍ତ୍ତମାନ ୭୪୨ ଟି ଜିଲ୍ଲାର କୋର୍ଟରେ ପ୍ରାୟ ୧୧୪୫ ଟି କେସ ବିଚାରାଧୀନ ରହିଛି । ଜଷ୍ଟିସ ଆର. ଏଫ. ନରିମାନ, କେ. ଏମ.ଜୋସେଫ, ବି. ଆର. ଗୱାଇ ପିପୁଲ ୟୁନିଅନ ଫର ସିଭିଲ ସର୍ଭିସ ଦ୍ୱାରା ଆବେଦନ କରାଯାଇଥିବା କେସକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
#Section66A #ITAct2001 #2021 #NNSODIA