କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରଠାରୁ ନିଜର କାର୍ଯ୍ୟ ଶୈଳୀକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ସେ ।
ତାଙ୍କର ଏକ ଭିଡିଓ ସାରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ମନ୍ତ୍ରୀ ରେଳ ବିଭାଗର ଜଣେ ଇଂଜିନିୟରଙ୍କୁ ଖୁସିରେ କୁଣ୍ଡାଇ ପକାଇବା ସହିତ ତାଙ୍କୁ ବସ୍ ବୋଲି ଡାକିବା ପାଇଁ ମଧ୍ୟ କହୁଥିବା ଦେଖିବାକୁ ମିଳିଛି ।
ତେବେ କଥା କିଛି ଏପରି ।

ଶୁକ୍ରବାର ଦିନ ରେଳବିଭାଗ ଅଫିସରେ ସିଗନାଲ ବିଭାଗର ଜଣେ ଇଞ୍ଜିନିୟରଙ୍କ ସହିତ ପରିଚୟ କରାଇ ଦେଇଥିଲେ ବିଭାଗୀୟ ଉଚ୍ଚ ଅଧିକାରୀ। ଏଥି ସହିତ ଅଶ୍ୱିନୀ ବୈଷ୍ଣବ ପାଠ ପଢ଼ିଥିବା କଲେଜରେ ସେ ତାଙ୍କର ଜୁନିଅର ଥିବା ମଧ୍ୟ କହିଥିଲେ । ଏକା କଲେଜର ଛାତ୍ର ଥିବା ଜାଣିବା ପରେ ଇଞ୍ଜିନିୟର ଜଣଙ୍କୁ ପାଖକୁ ଡାକି ଖୁସିରେ କୁଣ୍ଢାଇ ପକାଇଥିଲେ ମନ୍ତ୍ରୀ । ଏବଂ କଲେଜରେ ଯେପରି ଜୁନିୟର ମାନେ ସିନିଅର ମାନଙ୍କୁ ବସ୍ ବୋଲି ଡାକନ୍ତି ତାଙ୍କୁ ମଧ୍ୟ ସେପରି ବସ୍ ଡାକିବାକୁ କହିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । #awesomeashwini