ତୈଳ ଦର ର ଆହେତୁକ ବୃଦ୍ଧି ପ୍ରତିବାଦ ରେ କେନ୍ଦ୍ରୀୟ କମିଟି ଆହ୍ଵାନ ରେ କଂଗ୍ରେସ ଦଳ ପକ୍ଷରୁ ଆଜି ନାଉଗାଁ ବ୍ଲକ୍ ଆଗରେ ଧାରଣା ଦିଆଯାଇଛି | ରାଜ୍ଯ ବାସୀ କରୋନା ରେ କବଳିତ ଥିବା ବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମନମୁଖୀ ପେଟ୍ରୋଲ ଦର ବୃଦ୍ଧି , ଖାଇବା ତେଲ ଓ ଗ୍ୟାସ୍ ର ବୃଦ୍ଧି ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହାର ପ୍ରତିବାଦ ରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ କଂଗ୍ରେସ ଲୋକ ମାନେ ଆଜି ଧାରଣା ରେ ବସିଛନ୍ତି | ବ୍ଳକ ସଭାପତି ନିରଞ୍ଜନ ବେହୁରା ଙ୍କ ନେତୃତ୍ଵରେ ବେଣୁଧର ସ୍ୱାଇଁ , ଆର୍ତ୍ତତ୍ରାଣ ଦାସ, ବିନୟ ଭୂଷଣ ମହାପାତ୍ର, ଅକ୍ଷୟ ଜେନା, ଶିବ ପ୍ରସାଦ ନାୟକ, ପଦ୍ମ ଚରଣ ରାଉତ, ସଚିଦାନଁଦ ପରିଡା, ପହଲି ବିଶ୍ଵାଳ, ସନ୍ତୋଷ ଦାସ, କମଳ ଲୋଚନ ମହାନ୍ତି, ବାବୁରାମ ସ୍ୱାଇଁ, ସୁବାଷ୍ ମହାନ୍ତି, ରଶ୍ମି ରଞ୍ଜନ ତ୍ରିପାଠୀ, ନାରାୟଣ ଲେଙ୍କା, ଅତିଶ ସ୍ୱାଇଁ, ସୌମ୍ଯ ସଂଜୀବ ଦାସ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଜେନା, ନିଗମାନନ୍ଦ ସ୍ୱାଇଁ, ଅନାଦି ବାରିକ, ଅମାନ୍ ଦୀପ ରାଉତ, ମନୋଜ ଦାସ, ଜନ୍ମେଜୟ ନାୟକ, ଅଜିତ ପଟ୍ଟନାୟକ, ରଞ୍ଜିତ ମଲ୍ଲିକ ଓ ରାଜ୍ୟ ଛାତ୍ର କଂଗ୍ରେସ ଉପ ସଭାପତି ସୁନୀଲ ମାଟିଆ ପ୍ରମୁଖ ଯୋଗ ଦେଇଥିଲେ |