କଟକ : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଭିତରେ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି । କିଛି ଦିନର ନିରବତା ପରେ ପୁଣି ଦୁହିଁଙ୍କ ମଧ୍ୟରେ ଏକ ନୂଆ ବିବାଦ ଚର୍ଚ୍ଚାକୁ ଆସିଛି । ଏଥର ବର୍ଷାଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ ଆଣିଛନ୍ତି ଅନୁଭବ । ବର୍ଷାଙ୍କ ଇଙ୍ଗିତରେ ଅଚିହ୍ନା ଲୋକେ ତାଙ୍କ ଘରକୁ ଆସୁଥିବାରୁ ପରିବାର ପ୍ରତି ବିପଦ ଥିବା ଅନୁଭବ ଅଭିଯୋଗ କରିଛନ୍ତି । ତେବେ ଏହାରି ଭିତରେ ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ।
ଉଭୟ ବର୍ଷା ଓ ଅନୁଭବ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିବା ଜଣାଯାଇଛି । ତେବେ ଆସନ୍ତା ୧୪ ତାରିଖରେ ପୁଣି ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବା ପାଇଁ ଦିନ ଧାର୍ୟ୍ୟ ହୋଇଥିବା ଜଣାଯାଇଛି ।ସୁଚନା ଅନୁସାରେ ଗତକାଲି ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଥାନାକୁ ଯାଇଥିଲେ । ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି। କୋର୍ଟରେ ହାଜର ପରେ ଅନୁଭବ ଗଣମାଧ୍ୟମକୁ କହିଛନ୍ତି, ଆଇନ୍ ତା’ ବାଟରେ ଯିବା। ଏହା ହେଉଛି ବ୍ୟକ୍ତିଗତ ଲାଇଭ୍। ସେ ବିଷୟରେ କାହା ସହିତ ଆଲୋଚନା କରିବା କଥା ନୁହେଁ ବୋଲି ଅନୁଭବ କହିଛନ୍ତି।