ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭୀମଟାଙ୍ଗିରେ ହତ୍ୟାକାଣ୍ଡ । ଘର ଭିତରୁ ମିଳିଥିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ । ଚାରିଆଡେ ପଡିଥିଲା ରକ୍ତର ଛିଟା । ମୃତ ମହିଳାଜଣକ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ । ୟେ ଏକ ତରଫା ପ୍ରେମ ନା ପରକିୟା ପ୍ରୀତି? ଗତକାଲି ରାଜଧାନୀ ଭୀମଟାଙ୍ଗିରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର କାରଣ କ’ଣ? କାହିଁକି ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ଏମିତି ନୃଂଶସ ଭାବେ ହତ୍ୟାକଲା ପରେ ଆତ୍ମହତ୍ୟାପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ ଜଗନ୍ନାଥ । ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାହେଉଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ପ୍ରଥମ ଟାର୍ଗେଟ ଥିଲା ପ୍ରିୟକାଙ୍କ ୩ବର୍ଷର ପୁଅ । ତା’ପରେ ସେ ପ୍ରିୟକାଙ୍କୁ ମାରି ସେ ନିଜେ ଆତ୍ମହତ୍ୟା କରିଥାନ୍ତା । ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସେ ଆହୁରି ମଧ୍ୟ କହିଛନ୍ତି ଯେ,ପ୍ରାଥମିକ ତଦନ୍ତରୁ ଯାହା ଜଚ୍ଚାପଡୁଛି ଉଭୟ ପରସ୍ପରକୁ ଜାଣିଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।ଅଭିଯୁକ୍ତ ଯେଉଁ ଘଟଣା ଘଟାଇଛି, ତାହା ଯୋଜନାବଦ୍ଧ ଥିଲା ।ଅନ୍ୟପଟେ କିଲର ଜଗନ୍ନାଥଙ୍କର ସୁଇସାଇଡ ନୋଟ ମିଳିଛି । ଯେଉଁଥିରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଓ ପ୍ରିୟକାଙ୍କ ସହ ସମ୍ପର୍କର ପୁରା କାହାଣୀ ଲେଖା ହୋଇଛି ।
କାହିଁକି ସେ ପ୍ରିୟକାଙ୍କୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିବା ପାଇଁ ନେଇଥିଲା ନିଷ୍ପତ୍ତିସେ କଥା ସୁଇସାଇଡ୍ ନୋଟରେ ଲେଖିଛି ଅଭିଯୁକ୍ତ । ମିଳିଥିବା ଚିଠିକୁ ଫୋରେନସିକ୍ ଲ୍ୟାବକୁ ସେ ଚିଡି ପଠାଯିବ ବୋଲି ଡିସିପି କହିଛନ୍ତି । ପୁଣି ସାମ୍ନାକୁ ଆସିଲା ଜଗନ୍ନାଥଙ୍କର ହ୍ୱାଟ୍ସଆପ୍ । ସେ ନିଜ ସମ୍ପକୀୟଙ୍କ ପାଇଁ ଲେଖିଥିଲା ହ୍ୱାଟ୍ସଆପ ମେସେଜ୍ । ସେଥିରେ ଲେଖାଥିଲା ମୁଁ ଦୁନିଆ ଛାଡି ଯାଉଛି,କେବେ ମଜାରେ କି ରାଗରେ କିଛି କହିଥିଲେକ୍ଷମା କରିବେ । ଭାଗ୍ୟରେ ଥିଲେ ତୁମପରି ଭାଉଜ ମିଳନ୍ତି,ହେଲେ ମୁଁ ତ ହତଭାଗା ।ଆଉ ନିଜ ବଡ ଭାଇ ପାଇଁ ମେସେଜରେ ଲେଖଥିଲେ, ବଞ୍ଚିବାକୁ ଆଉ ଟିକେ ବି ଇଚ୍ଛା ନାହିଁ । ଯାହାକୁ ଭଲ ପାଉଥିଲି ସେ ମୋତେ ପୂରା ବର୍ବାଦ କରିଦେଇଛି । ମୁଁ କ’ଣ କରିବି,ବାଧ୍ୟରେ ଯାଉଛି । ତୁମ ମାନଙ୍କୁ ବହୁତ ମିସ୍ କରିବି । ଏ କଷ୍ଟ ଆଉ ସହି ପାରିଲିନି,ମୋର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ । ମୁଁମୋର ମାନସିକ ଭାରସାମ୍ୟ ହରାଇ ବସିଛି । ସେପଟେ ପ୍ରିୟଙ୍କା ହତ୍ୟା ମାମଲାର ତନାଘନା ଜାରି ରଖିଛି ପୋଲିସ୍ । ଡିସିପି ଶ୍ରୀ ଦାସ କହିଛନ୍ତି ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଯାଜପୁର ଯିବ । ଉଭୟଙ୍କ ନିକଟ ସମ୍ପର୍କୀୟ ଓ ପରିଜନକୁ ପଚରାଉଚାରା କରିବ । ଅଭିଯୁକ୍ତ ଜଗନ୍ନାଥ ଏବେ ଚିକିତ୍ସିତ ହେଉଛନ୍ତି । ସେ ସୁସ୍ଥ ହେଲେ ତାକୁ ପଚରାଉଚରା କରାଯିବ । ସୂଚନାଯୋଗ୍ୟ, ଜଗନ୍ନାଥ ମା’ଙ୍କ କହିବା ଅନୁଯାୟୀ ସେମାନେ ଦୁହେଁ ପରସ୍ପରକୁ ଜାଣିଥିଲେ । ପ୍ରିୟକାଙ୍କ ବାହାଘର ପରେ ଜଗନ୍ନାଥ ବେଙ୍ଗାଲୁରୁ ଚାଲି ଯାଇଥିଲା । କିନ୍ତୁ ଗତବର୍ଷ ଲକଡାଉନ ବେଳେ ଜଗନ୍ନାଥ ଘରକୁ ଫେରିଥିଲା । ଏହା ପରଠୁ ପୁଣି ପ୍ରିୟଙ୍କାଙ୍କ ସହିତ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା । ପ୍ରିୟଙ୍କା ତାଙ୍କ ଆଡୁ ଫୋନ କରୁଥିଲେବୋଲି ଜଗନ୍ନାଥଙ୍କ ମା’ କହିଛନ୍ତି ।