ଜେଲ ପାଚେରୀ ଡେଇଁ ଆସାମୀ ଫେରାର। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଜେଲରୁ ଆଜି ଜଣେ ବିଚାରଧୀନ ଆସାମୀ ପାଚେରୀ ଡେଇଁ ଚମ୍ପଟ ମାରିଥିବାର ଜଣା ପଡିଛି l ସୂଚନା ଥାଉ କି ଚମ୍ପଟ ମାରିଥିବା ଆସାମୀ ଜଣକ ହେଉଛନ୍ତି ରାଷୋଳ ଥାନା ଅନ୍ତର୍ଗତ ଦଣ୍ଡିରି ଗ୍ରାମର ବିରଞ୍ଚି ପ୍ରଧାନ, ଗତ 24 ତାରିଖରେ ଜନ୍ତୁ ମାଂସ ଭlଗବଣ୍ଟାକୁ ନେଇ ବୁଲୁ ବେହେରା ଓ ଆସାମୀ ବିରଞ୍ଚି ବେହେରାଙ୍କ ମଧ୍ୟରେ ବଚସା ହୋଇଥିଲା l ବଚସା ତୀବ୍ରରୂପ ନେଇଥିବା ବେଳେ ଆସାମୀ ବିରଞ୍ଚି ଏକ ଧାରୁଆ ଅସ୍ତ୍ର ରେ ବୁଲୁଙ୍କୁ ଆକ୍ରମଣ କରିଥିଲେ l ଘଟଣା ସ୍ଥଳ ରେ ବୁଲୁ ମୃତ୍ୟୁ ବରଣ କରିଥିଲେ l ଉକ୍ତ ଘଟଣାରେ ରାଷୋଳ ପୋଲିସ 90/21 ହତ୍ୟା ମାମଲା ରୁଜ୍ଜୁ କରି ବିରଞ୍ଚିଙ୍କୁ ଭାରତୀୟ ଦଣ୍ଡ ବିଧାନ ଧାରା 302 ଅନୁସାରେ 25 ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ l କୋର୍ଟ ରେ ବିରଞ୍ଚିଙ୍କ ନାମଞ୍ଜୁର ପରେ ତାଙ୍କୁ ହିନ୍ଦୋଳ ଜେଲକୁ ପଠାଇ ଦିଆଯାଇଥିଲା। ସେହି ଦିନ ଠାରୁ ବିରଞ୍ଚି ଜେଲ ରେ ଥିଲେ ।କିନ୍ତୁ ଗତ କାଲି ସେ ଜେଲ ପାଚେରୀ ଡେଇଁ ପଳାୟନ କରିଛନ୍ତି l ଏ ବିଷୟରେ ହିନ୍ଦୋଳ ଜେଲରେ ସୁପରିଟେଣ୍ଡ ସରସ୍ବତୀ ବେହେରା କୁହନ୍ତି ଯେ ସେହି ସମୟରେ ମନୋଜ ବେହେରା ନାମକ ଜଣେ ଆସାମୀ ଶୌଚାଳୟ କୁ ଯାଇଥିବା ବେଳେ ତାଙ୍କୁ ବାତ ମାରିବାରୁ, କାର୍ଯ୍ୟରେ ଥିବା ସମସ୍ତ ଜେଲେ କର୍ମଚାରୀ ମାନେ ମନୋଜଙ୍କ ଜୀବନ ବଞ୍ଚାଉ ଥିବା ସମୟର ଫାଇଦା ନେଇ ଆସାମୀ ବିରଞ୍ଚି ଏକ ବାଉଁଶ ସାହାଯ୍ୟରେ ପ।ଚେରୀ ଡେଇଁ ଜଙ୍ଗଲ ଆଡେ ପଳାୟନ କରିଥିଲେ। ଯେହେତୁ ହିନ୍ଦୋଳ ଜେଲର ପ୍ରାଚୀରର ଉଚ୍ଚତା କମ ଥିଲା ସେଥିପାଇଁ ଆସାମୀକୁ ଡେଇଁ ପଳାଇବାରେ ସୁବିଧା ହେଲା l ବର୍ତମାନ ପୋଲିସ ସହାୟତାରେ ତଦନ୍ତ ଜାରି ରହିଛି ଓ ସେହିପରି ଆଜି କଟକ ଚୌଦ୍ୱାର ଜେଲର ସିନିଅର ସୁପରିଟେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ ହିନ୍ଦୋଳ ଜେଲକୁ ଆସି ଘଟଣାର ଅଧିକ ତଦନ୍ତ କରିଥିଲେ ଓ ଆସାମୀକୁ ଯଥା ଶୀଘ୍ର ଧରାଯିବ ବୋଲି କହିଥିଲେ l