ଘରୋଇ ସ୍କୁଲ ପିଲା ଏବେ ସରକାରୀ ସ୍କୁଲ ମୁହାଁ। ଦିନ ଥିଲା ସରକାରୀ ସ୍କୁଲକୁ କେହି ପଚାରୁ ନଥିଲେ। ସହର ଠାରୁ ଗାଁ ପଯ୍ୟନ୍ତ ସବୁ ଅବିଭାବକ ମାନେ ଚାହାଁନ୍ତି ଯେ ତାଙ୍କ ପିଲା ମାନେ କିପରି ଟିକେ ବେସରକାରୀ ସ୍କୁଲ ରେ ପଢିବା ପାଇଁ। କାରଣ ବେସରକାରୀ ସ୍କୁଲରେ ପିଲାମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ଯୋଗାଇଦିଆଯାଏ ବୋଲି ଅବିଭାବକ ମାନେ ବିଶ୍ୱାସ କରନ୍ତି। କିନ୍ତ କରୋନା କାଳରେ ସବୁ କିଛି ଓଲଟା ଦେଖିବାକୁ ମିଳୁଛି। ଏବେ ଚଳିତ ଶିକ୍ଷା ବର୍ଷରେ ସରକାରୀ ସ୍କୁଲ ମାନଙ୍କରେ ରେକର୍ଡ ସଂଖ୍ୟାରେ ପିଲାଙ୍କ ନାମ ଲେଖା ହୋଇଛି. ଏହା କେଵଳ କରୋନାର ପ୍ରଭାବ ବୋଲି କହିଲେ କିଛି ଭୁଲ ହେବନାହିଁ। ଦୀର୍ଘ ଦୁଇ ବର୍ଷ ଧରି ତାଲାବନ୍ଦ ହେତୁ ଛାତ୍ରଛାତ୍ରୀ ମାନେ ଘରେ ରହି ଅନଲାଇନ ପାଠ ପଢିଲେ । କିନ୍ତୁ ଘରୋଇ ସ୍କୁଲର ସମସ୍ତ ଫିସ ଅବିଭାବକ ମାନଙ୍କୁ ଦେୟ କରିବାକୁ ପଡିଲା। ଆଗକୁ ତୁତୀୟ ଲହର ଆସିବାର ଭୟ ଥିବାରୁ ପୁଣି ଥରେ ତାଲା ବନ୍ଦର ଆଶଙ୍କା ରଖି କିଛି ଅବିଭାବକ ମାନେ ଅଯଥା ଘରୋଇ ସ୍କୁଲର ମୋଟା ରକମର ଫିସ ଦେବାକୁ ପସନ୍ଦ କରୁନାହାନ୍ତି। ଏପଟେ ସରକାରଙ୍କର ନୂଆ ନିୟମ ଅନୁସାରେ କୌଣସି ଘରୋଇ ସ୍କୁଲ ବାକି ଦରମା ପାଇଁ ଟିସି ଅଟକାଇ ପାରିବେ ନାହିଁ, ଓ ବିନା ଟିସି ରେ କେଵଳ ପିଲାର ଆଧାର କାର୍ଡ ଓ ଅବିଭାବକଙ୍କ ଅନୁମତି ପତ୍ର ଦେଇ ଯେକୌଣସି ସରକାରୀ ସ୍କୁଲରେ ନାମ ଲେଖାଇ ପାରିବେ। କରୋନା କାଳରେ ଦେଶର ଅର୍ଥନୈତିକ ଅବରୋଧ ଦେଖା ଦେଇଥିବା ବେଳେ ସାଧାରଣ ଲୋକମାନଙ୍କ ପାଖରେ ଅର୍ଥ ଉପାର୍ଜନର ଘୋର ଅଭାବ ଦେଖାଦେଇଥିବା ବେଳେ କିଛି ମଧ୍ୟମବର୍ଗର ଲୋକଙ୍କ ପକ୍ଷେ ସରକାରୀ ସ୍କୁଲର ନାମ ଲେଖାଇବା ବ୍ୟତୀତ ଆଉ କିଛି ଚାରା ନାହିଁ। ସେମାନଙ୍କ ମତରେ ପିଲା ଅଯଥା ସ୍କୁଲ ନ ଯାଇ ମୋଟା ଅଙ୍କର ସ୍କୁଲ ଫିସ ଦେବା ଅପେକ୍ଷା ସରକାରୀ ସ୍କୁଲରେ ନାମ ଲେଖେଇ ପାଠ ପଢିବା ବହୁତ ଭଲ। ପାରାଦ୍ୱୀପରେ କିଛି ଅବିଭାବକ ଘରୋଇ ସ୍କୁଲ ଶିଶୁ ବିଦ୍ୟା ମନ୍ଦିର, ଇଂଲିଶ ମିଡିୟମ ବେଥାନି କନଭେଟ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନରୁ ପିଲାଙ୍କୁ ଆଣି ସରକାରୀ ସ୍କୁଲ ରେ ନାମ ଲେଖେଇ ଥିବାର ନଜର ଆସିଛି। ଏବର୍ଷ 2021-22 ଶିକ୍ଷା ବର୍ଷରେ ପାରାଦ୍ୱୀପର ସବୁ ସରକାରୀ ସ୍କୁଲ ମାନଙ୍କରେ 60ପ୍ରତିଶତ ରୁ ଅଧିକା ପିଲା ନାମ ଲେଖାଇଛନ୍ତି। ଓ ଘରୋଇ ସ୍କୁଲ ମାନଙ୍କରେ ପୂର୍ବ ବର୍ଷ ତୁଳନାରେ 30ପ୍ରତିଶତ କମ ପିଲା ଆଡମିସନ କରିଛନ୍ତି। ସରକାରୀ ସ୍କୁଲରେ ନାମ ଲେଖା ବୃଦ୍ଧିକୁ ବୁଦ୍ଧିଜୀବି ମାନେ ଏହାକୁ ଭଲ ଦିଗନ୍ତ ବୋଲି କହୁଥିବା ବେଳେ କିଛି ଅବିଭାବକ ଏହାକୁ ନାପସନ୍ଦ କରିଛନ୍ତି। ସେ ଯାହାବି ହେଉ ସରକାରୀ ସ୍କୁଲର ଉପସ୍ଥାନ ବଢିବା ସଙ୍ଗେ ସଙ୍ଗେ ପିଲା ମାନଙ୍କୁ ଯଦି ଗୁଣାତ୍ମକ ମାନର ଶିକ୍ଷା ଯୋଗାଇ ଦିଆଯିବ ତେବେ ଆଗକୁ ଆହୁରି ଛାତ୍ର ଛାତ୍ରୀ ଉପକୃତ ହେବା ସହ ଅବିଭାବକ ମାନଙ୍କ ମତ ପରିବର୍ତ୍ତନ ହୋଇପାରିବ।