ନବରଙ୍ଗପୁର ଜିଲ୍ଲାର ବନାଞ୍ଚଳ ବିଭାଗର ବ୍ୟାପକ ଦୁର୍ନୀତି ପର୍ଦ୍ଦାଫାଶ । ଏହି ଜିଲ୍ଲାରେ ରକ୍ଷକ ସାଜିଛନ୍ତି ଭକ୍ଷକ । ବନବିଭାଗର ସରକାରୀ ବାବୁମାନେ ଆଇନକୁ ହାତରେ ନେଇ ଠକୁଛନ୍ତି ନୀରିହ ଆଦିବାସୀଙ୍କୁ । କାର୍ଯ୍ୟ ନକରି ଆତ୍ମସାତ କଲେ ଲକ୍ଷ ଲକ୍ଷ ଟଙ୍କା । ବିଭାଗର ଅଧିକାରୀଙ୍କ ଜାଣତରେ ଘଟିଛି ଏହି ଘଟଣା । ଏହି ପ୍ରକାର ଆଇନ ବିରୋଧୀ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ୍ୟାଞ୍ଚଳ ବିଭାଗର ଅନ୍ତର୍ଗତ ହାତିବେଡା ପଞ୍ଚାୟତର ବଡ଼ପାଞ୍ଜିଆରୀଗୁଡା ଗ୍ରାମରେ । ଏହି ଗ୍ରାମରେ ଗତ ୨୦୨୦-୨୧ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ , ବନବିଭାଗ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ହାତକୁ ନେଇ କାର୍ଯ୍ୟ କରିଛନ୍ତି ହେଲେ ଏହି କାର୍ଯ୍ୟର ୫୦ ଶତାଂଶ କାର୍ଯ୍ୟ କରିଛି JCB ମେସିନ , ବାକି ୫୦ ଶତାଂଶ କାର୍ଯ୍ୟ କରିଛନ୍ତି ଉକ୍ତ ଗ୍ରାମର ନିରୀହ ଖଟିଖିଆ ଆଦିବାସୀ , ଦୀର୍ଘ ପ୍ରାୟ ୩୫ ଦିନ ଧରି ୨୫ ଜଣ ବ୍ୟକ୍ତି ଦିନ ରାତି ପରିଶ୍ରମ କରିଥିଲେ । ସରକାରଙ୍କ ନିୟମ ଅନୁସାରେ ଏହି ଟଙ୍କା ୧୫ ଦିନ ମଧ୍ୟରେ ପାଇବା କଥା, ହେଲେ ଆଜକୁ ପ୍ରାୟ ସାତ ମାସ ହେଲା ଏହି ଗରିବ ଖଟିଖିଆ ବ୍ୟକ୍ତିମାନେ ପାଇଁ ନାହାନ୍ତି ନିଜର ପାରିଶ୍ରମିକ ଟଙ୍କା । ଫୋନ କଲେ ବାବୁ ମାନଙ୍କର ଫୋନ୍ ସୁଇଜ୍ ଅଫ । ଦେଖାହେଲେ ବାବୁମାନେ କୁହନ୍ତି ଆଜି ଦେବି , କାଲି ଦେବି । ହେଲେ ଗରିବର କଥା ବୁଝିବ କିଏ ? ନା ଅଛି ଏହି ଦିନ ମଜୁରିଆ ବ୍ୟକ୍ତି ମାନଙ୍କର ଭାଷା ନା ଅଛି ଶକ୍ତି ଓ ସାହସ । ଉପାୟ ଶୂନ୍ୟ ହୋଇ ଅଭାବ ଅନଟନ ମଧ୍ୟରେ ଘରେ ବସିଛନ୍ତି । ଅନ୍ୟ ପଟେ ୨୦୨୦-୨୧ ମସିହାରେ ଉକ୍ତ ଗ୍ରାମରେ ଏକ ପୋଖରୀ ଖନନ ପାଇଁ ନଅ ୯,୨୦,୦୦୦/ ଟଙ୍କା ମଞ୍ଜୁର ହୋଇଛି ହେଲେ କାର୍ଯ୍ୟ ପାଶ୍ୱର୍ରେ ନା ଅଛି ଫଳକ ନା ଅଛି ପୋଖରୀର ଚିହ୍ନ ବର୍ଣ୍ଣ ।
ହେଲେ ପ୍ରଶ୍ନ ଉଠୁଅଛି କାର୍ଯ୍ୟ ନ କରି କି ପରି ଟଙ୍କା ଉଠିଲା ? କିଏ ଦେଇଛି ଏହି ସାହସ ? ଏତେ ଦିନ ଧରି କାହିଁକି ତଦନ୍ତ ହୋଇ ନାହିଁ ? ଏହି ଦୁର୍ନିତୀ କାର୍ଯ୍ୟରେ କିଏ କିଏ ସାମିଲ ଅଛନ୍ତି ? କେବେ ହେବ ଏହାର ତଦନ୍ତ ? ଜିଲ୍ଲା ପ୍ରଶାସନ ଏହା ସହିତ କେତେ ଦୂର ଜଡ଼ିତ ? ଏହି ରେକର୍ଡ ପ୍ରମାଣ କରୁଛି ଯେ ଏହି କାର୍ଯ୍ୟରେ 92 ଜଣ ଶ୍ରମିକ ମିଶି ମୋଟ 516 ଦିନ କାର୍ଯ୍ୟ କରିଛନ୍ତି । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସପ୍ତାହ ତଳେ JCB ମେସିନ ଲଗାଇ ସାମାନ୍ୟ୍ ଚିହ୍ନ କରି ଛାଡ଼ି ଦେଲେ । ଏହି ଘଟଣା ସମ୍ପର୍କରେ ଆମେ ପହଞ୍ଚି ଥିଲୁ ଡାବୁଗାଁ ବନ୍ୟାଞ୍ଚଳ ଅଧିକାରୀ ସେତୁ ରଞ୍ଜଣୀ ଗମାଙ୍ଗଙ୍କ ପାଖରେ । ମହାଶୟା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଖିବା ମାତ୍ର ବିରକ୍ତ ହେବା ସହିତ CCTV କ୍ୟାମେରାର ଭୟ ଦେଖାଇବା ସହିତ କ୍ୟାମେରା ଆଗରେ କିଛି କହିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।