କରୋନା ସଂକ୍ରମଣ ବୃଦ୍ଧି ଏବଂ ହ୍ରାସକୁ ନେଇ ସରକାରଙ୍କ ପକ୍ଷରୁ ଜିଲ୍ଲା କୁ ୨ ଟି A ଏବଂ B କାଟେଗାରିରେ ବିଭକ୍ତ କରାଯାଇଛି Iକାଟେଗାରି A ରେ ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ, କାଟେଗାରି B ରେ ଦୋକାନ ବଜାର ସକାଳ ୬ରୁ ଦିନ ୨ ଟା ପର୍ଯ୍ଯନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି Iକାଟେଗାରି B ରେ ଖୋର୍ଦ୍ଧା ଜିଲ୍ଲା ଯାଉଥିବାରୁ ଲୋକମାନଙ୍କୁ ପୁନର୍ବାର ସଚେତନ କରିଛି ପ୍ରଶାସନ I ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଟଣୀ ପୌରପରିଷଦର ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଜଟଣୀର ସମସ୍ତ ସାମ୍ବାଦିକ, ବଜାର କମିଟି ସଭାପତି ଏବଂ ବଜାର କମିଟି ସଦସ୍ଯ ମାନେ ଯୋଗ ଦେଇଥିଲେ I ଏହି ବୈଠକରେ ପୌର ପରିଷଦ ଅଧିକାରୀ ସମସ୍ତ ଦୋକାନୀ ବଜାରର କମିଟି ଏବଂ ସଭାପତି ମାନଙ୍କୁ ଦିନ 2 ଟା ପରେ କେହି ଦୋକାନ ନ ଖୋଲିବାକୁ କହିବା ସହ ସମସ୍ତ ଦୋକାନ ମାଲିକ ମାନେ ଦୋକାନରେ ଭିଡକୁ ନିୟନ୍ତ୍ରଣ କରିବା ସହ ଗାଇଡ୍ ଲାଇନକୁ ପାଳନ କରିବା ପାଇଁ କହିଥିଲେ I ମାଛ, ମାଂସ ବ୍ୟବସାୟୀ ମାନଙ୍କୁ ତାଗିଦ କରିବା ସହ ଦୋକାନରେ ଭିଡ ନକରି ବ୍ୟାବସାୟ କରିବା ପାଇଁ କହିଥିଲେ। ଏପରି କଲେ କରୋନାକୁ ଆମେ ସମସ୍ତେ ହରାଇ ପାରିବା ବୋଲି ପୌର ପରିଷଦ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି କହିଛନ୍ତି।