ଯୌତୁକ ନିର୍ଯାତନା ସହି ନପାରି ନବବଧୂର ବିଷ ପିଇ ଆତ୍ମହତ୍ୟା।ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷ୍ୟାନଗର ବ୍ଲକ ତୁମୁସିଙ୍ଗା ଥାନା ଅଧୀନ ଧୋବାବାହାଳୀ ଗ୍ରାମରେ |ସୂଚନା ଅନୁଯାଇ ଧୋବାବାହାଳୀ ଗ୍ରାମର ଲଳିତ ସାହୁଙ୍କ ସାନ ପୁଅ ସୁରେନ୍ଦ୍ର ସାହୁ ଗତ ବର୍ଷ କଣ୍ଟାପାଳ ପଞ୍ଚାୟତ ଗାଂଗିଜୁଡ଼ି ଗ୍ରାମର ପୁରନ୍ଦର ସାହୁଙ୍କ ଝିଅ ମଞ୍ଜୁଲତା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ |ଯୌତୁକ ବାବଦକୁ ନଗଦ ଟଙ୍କା ଓ ସମସ୍ତ ଆସବାବପତ୍ର ଦେଇଥିଲେ ମଧ୍ୟ ଶଶୁର ଲଳିତ ସାହୁ, ଶାଶୁ ଲଷ୍ମୀ, ସ୍ୱାମୀ ସୁରେନ୍ଦ୍ର, ଦେଢଶୁର ଚେମେଟୁ, ନଣନ୍ଦ ମାମିନା, ନଣଦେଇ ଧରଣୀ ଧର ନାୟକ ସେତିକିରେ ସନ୍ତୁଷ୍ଟ ନହୋଇ ଆହୁରି ଅଧିକ ଯୌତୁକ ଆଣିବାକୁ ବାରମ୍ବାର ନିର୍ଯାତନା ଦେଉଥିଲେ |
https://youtu.be/XXsiqTRozzo
ସଞ୍ଜୁଲତା ନିର୍ଯାତନା ସହି ନପାରି ବିଳମ୍ବିତ ରାତିରେ କୀଟନାଶକ ଔଷଧ ପିଇ ଦେଇଥିଲେ | ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା | ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ |ଖବର ପାଇ ଢେଙ୍କାନାଳ ସଦର ଥାନା ଅଧିକାରୀ ପହଂଚି ଶବ ବ୍ୟବଛେଦ ପାଇଁ ପଠାଇ ବଧୂ ନିର୍ଯାତନା କେସ ରୁଜୁ କରି ସଞ୍ଜୁଲତାଙ୍କ ଶଶୁରଘରର ସମସ୍ତ ସଦସ୍ୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି |