ଆବାସ ଗୃହରୁ ବଞ୍ଚିତ ହିତାଧିକାରୀଙ୍କ ଖବର ପ୍ରସାରଣ କରିବା ପରେ, ସରପଞ୍ଚଙ୍କ ପୁଅର ଦାଦାଗିରି ଓ ଧମକ ଚମକ l ଗତକାଲି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଦାଳୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୋଡାଡିଆଁ ଗ୍ରାମର କୌଶଲ୍ୟା ବାରିକଙ୍କୁ 2020-21 ଆର୍ଥିକ ବର୍ଷର ନୂତନ ଆବାସ ଯୋଜନା ଇନକ୍ଲୁଜନ୍ ତାଲିକାର 06 ନମ୍ବର ସ୍ଥାନରେ ନାମ ଥାଇ ମଧ୍ୟ ଆବାସ ଯୋଜନାରେ ଘର ନ ମିଳିବାରୁ ଆମ NNSOdia ଚ୍ୟାନେଲରେ ଖବର ପ୍ରସାରଣ ହୋଇଥିଲା । ଏହି ଖବର ପ୍ରସାରଣ ପରେ ଆଜି ସରକାରଙ୍କ ଆବାସ ଗୃହ ପାଇବାର ଯୋଗ୍ୟ ହିତାଧିକାରୀଙ୍କ ଘରକୁ ଆସି ବଦାଳୋ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପୁଅ ଦାଦାଗିରି କରିବା ସହିତ ତାଙ୍କୁ ଜୀବନରୁ ମାରି ଦେବାର ଦେଇଛନ୍ତି ଧମକ ଏବଂ ଆମ ପ୍ରତିନିଧିଙ୍କୁ ମଧ୍ଯ ବାଟରେ ଅଟକାଇ ଅସଭ୍ୟ କଥା କହିବା ସହିତ, ତୁ କାହିଁକି ଖବର ପରିବେଷଣ କଲୁ, ତୋ ନାଁରେ ମୁଁ ମିଛ କେଶ୍ ଦେବି, ମlନହାନି କେଶ କରିବି କହି ଧମକ ଦେବା ପରି ବlଚାଳାମି କରିବାକୁ ପଛlଇ ନଥିଲେ। ବର୍ତମାନ ଏହି ଘଟଣା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି l ଏସବୁ ସରପଞ୍ଚଙ୍କର ଜାଣତରେ ଘଟୁଛି ନା ଅଜାଣତରେ । ତାହା ମଧ୍ୟ ଏବେ ଜନସାଧାରଣଙ୍କ ମଧ୍ୟରେ ଏକ ବଡ଼ ପ୍ରଶ୍ନବାଚୀ ଛିଡା କରିଛି lସରପଞ୍ଚଙ୍କ ପୁଅର ଅସଭ୍ୟ ଭାଷାର ଗାଳି ଗୁଲଜ ସହିତ ଜୀବନରୁ ମାରିଦେବାର ଧମକ ଚମକ ପାଇବା ପରେ ନିଜର ସୁରକ୍ଷା ଓ ନ୍ୟାୟ ପାଇଁ ହିତାଧିକାରୀ କୌଶଲ୍ୟl ବାରିକ ଓ ତାଙ୍କ ପରିବାର ଆଜି ଭୟଭିତ ହୋଇ ଏ ବିଷୟରେ ମୋଟାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଏ ବିଷୟରେ ଆମ ପ୍ରତିନିଧି ମୋଟଙ୍ଗା ଥାନା ର I.I.C ସରୋଜିନୀ ସlମଦଙ୍କୁ ପଚାରିବାରୁ ସେ କୁହନ୍ତି ମୁଁ ମିଟିଙ୍ଗ୍ ରେ ଅଛି ଏ ବିଷୟ ରେ କିଛି ସୂଚନା ପାଇନି ଥାନାକୁ ଗଲେ ମୁଁ ଏ ବିଷୟରେ ବୁଝିବି ଓ ପଦକ୍ଷେପ ନେବି।
ଆଜି ଯେତେବେଳେ ଜଣେ ଚାଳ ଛପର ଘରେ ଜୀବନ ବିତାଉ ଥିବା ନିରୀହ ଯୋଗ୍ୟ ହିତାଧିକାରୀ ପ୍ରଶାସନ ଲୋକ ପ୍ରତିନିଧ ପାଖରୁ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାରେ ବିଫଳ ହେଲା ଓ ଶେଷରେ ସେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିବା ସହ ଜଣାଇଥିଲେ । ଗଣମାଧ୍ୟମ ଲୋକଙ୍କ ସମସ୍ୟା ଓ ଜନତାଙ୍କ ସ୍ୱର ସାଜି ଖବର ଲୋକଲୋଚନ ଆଣି ଥାଏ। ଜଣେ ଗରିବ ନିରୀହ ଲୋକର ସମସ୍ୟlକୁ ଲୋକ ଲୋଚନକୁ ଆଣିବା ସହ ପ୍ରଶାସନ ନିକଟକୁ ଆଣିଥିଲୁ । ତ ଦେଖା ଯାଉ ଓଡିଶାରେ ବର୍ତମାନର 5T ମୋ ସରକାର ଭଳି ଯୋଜନା କାର୍ଯ୍ୟକାରି ହେଉଥିବାବେଳେ ଜଣେ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଠାରୁ କେବେ ପାଉଛି ନିଜର ହକ୍ ଓ ଉଚିତ ନ୍ୟାୟ l