ଭୁବନେଶ୍ୱର: ପରୀକ୍ଷା ଦର୍ପଣ ଲୋକାର୍ପଣ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପରୀକ୍ଷା । ସାମ୍ଭାବ୍ୟ ପ୍ରଶ୍ନକୁ ନେଇ ୭୦୦ ପୃଷ୍ଠାର ହେବ ‘ପରୀକ୍ଷା ଦର୍ପଣ’ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଛି । ମହାମାରୀ କୋରୋନା ପାଇଁ ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି । ମାଟ୍ରିକ ପରୀକ୍ଷା ନେଇ ପିଲାଙ୍କ ଶଙ୍କା ଦୁର କରିବା ଲାଗି ଗଣଶିକ୍ଷା ବିଭାଗ ମାଗଣାରେ ଏହି ପୁସ୍ତିକାକୁ ବାଣ୍ଟିବ ।