ଟିକା ଆସିଛି, ହେଲେ ବିଭିନ୍ନ ଜିଲ୍ଲାକୁ ପହଞ୍ଚି ପାରିନାହିଁ । ଟିକା ଅଭାବରୁ ଆଜି ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ। ବଲାଙ୍ଗୀର, ବଲେଶ୍ୱର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସୋନପୁରରେ ବନ୍ଦ ରହିବ ଟିକାକରଣ। ସେହିଭଳି ନବରଙ୍ଗପୁର, ନୂଆପଡା, ରାୟଗଡାରେ ମଧ୍ୟ ଆବଶ୍ୟକ ସଂଖ୍ୟାରେ ଟିକା ନଥିବାରୁ ଟିକାକରଣ ବନ୍ଦ ରହିବ। ଶୁକ୍ରବାର ରାଜ୍ୟରେ ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ୧୦୭ ଟିକାକେନ୍ଦ୍ରରେ ମାତ୍ର ୩୧ ହଜାର ୨୯୨ ଡୋଜ୍ ଟିକା ଦିଆଯାଇଛି । ଜୁନ ୨୧ରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ଏହା ରାଜ୍ୟର ସବୁଠୁ କମ୍ ଟିକାକରଣ । ଗୁରୁବାର ୩୫ହଜାର ୫୪୪ ଡୋଜ୍ ଟିକା ଦିଆଯାଇଥିଲା । ଏପଟେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରେ ପହଂଚିଛି ଆଉ ୯ ଲକ୍ଷ ୪୩ ହଜାର ୩୮ କୋଭିସିଲଡ ଟିକା । ହେଲେ ବିଭିନ୍ନ ଜିଲ୍ଲାକୁ ପଠାଯାଇ ପାରିନାହିଁ । ଫଳରେ ଆଜି ମଧ୍ୟ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ ।