ଭୁବନେଶ୍ଵର : ଭୁବନେଶ୍ବରରେ ପହଞ୍ଚିଲା ଏକ ଲକ୍ଷ କୋଭିସିଲ୍ଡ ଟିକା । 272 କିଲୋଗ୍ରାମ ବିଶିଷ୍ଟ ଦୁଇଟି ବାକ୍ସ ଆଜି ଆସି ଭୁବନେଶ୍ବରରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଗଲା ସୂଚନା ।
ପୁର୍ବରୁ ପରିବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହି ସୂଚନା ଦେଇଥିଲେ ଯେ 1 ଲକ୍ଷ କୋଭିସିଲ୍ଡ ଡୋଜ ଆଜି ପହଞ୍ଚିବାର ସମ୍ଭାବନା ଅଛି। ଆମେ ଜୁନ୍ ମାସ ପାଇଁ ଟିକା ଗ୍ରହଣ କରିସାରିଛୁ। ସଂଶୋଧିତ ନୀତି ଅନୁଯାୟୀ ରାଜ୍ୟ ପ୍ରତିଦିନ ତିନି ଲକ୍ଷ ହିତାଧିକାରୀଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଥିଲେ।
ତେବେ ଆସନ୍ତା କାଲି ରାଜ୍ୟରେ ଆଉ କିଛି ଟିକା ପହଞ୍ଚିବାର ସମ୍ଭାବନା ଥିବାରୁ ଟିକାକରଣ ନିରନ୍ତର ଚାଲିବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବା ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଅତିରିକ୍ତ 6 ଲକ୍ଷ ଡୋଜ କୋଭିଡ ଟିକା ଯୋଗାଇବାକୁ ଅନୁରୋଧ କରିଥିଲେ।