ଜମ୍ମୁ : ବୁଧବାର ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ତିନି ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି।
କୁଲଗାଁ ଚିମାର ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ କୁଲଗାମ ପୋଲିସ ଗ୍ରହଣ କରିଥିବା ସୂଚନାକୁ ନେଇ ଜେ ଆଣ୍ଡ କେ ପୋଲିସ, ୧୮ ବାଟାଲିୟନ ସିଆରପିଏଫ ଓ ୯ ଆରଆର ସେନା ପକ୍ଷରୁ ମିଳିତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅପରେଶନରେ ସେନାକୁ ସଫଳତା ମିଳିଛି।
୩୭୦ ଉଚ୍ଛେଦ ପରେ ଜମ୍ମୁ ପୋଲିସ ଆତଙ୍କବାଦୀଙ୍କ ଗତିବିଧିକୁ ନେଇ ସେନାର ସାହାଯ୍ୟରେ ସଫଳତା ପାଉଥିବା ଦେଖିବାକୁ ମିଳୁଛି।
ବିଗତ ୯ ଦିନରେ ୯ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ଜମ୍ମୁକାଶ୍ମୀର ପୋଲିସ। ଏହି ସମସ୍ତ ଏନକାଉଣ୍ଟର ଗୋଡ଼ିକ ଜଏଣ୍ଟ ଅପରେଶନ ବୋଲି ଜମ୍ମୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ୨୨ ଜୁନରେ ସେପରରେ ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରାଯାଇଥିଲା।
୨୩ ତାରିଖରେ ସୋପିୟା ର ଶ୍ରୀମଲ ରେ ଜଣଙ୍କୁ ଏବଂ ୨୫ ତାରିଖରେ ମଧ୍ୟ ୨ ଜଣଙ୍କୁ ଏନକାଉଣ୍ଟର କରାଯାଇଥିଲା। ସେହିପରି ୨୯ ତାରିଖରେ ଶ୍ରୀ ନଗରରେ ଦୁଇ ଜଣଙ୍କୁ ଏବଂ ୩୦ ରେ ଅର୍ଥାତ ଗତକାଲି କୁଲଗାଁ ରେ ୩ ଜଣଙ୍କୁ ଏନକାଉଣ୍ଟର କରାଯାଇଥିବା ଓଏ ବିଜୟ କୁମାର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ଏହି ଏନକାଉଣ୍ଟରରେ ଲସ୍କର କମାଣ୍ଡର ନଦିମ ଅବ୍ରାର ମଧ୍ୟ ମୃତ୍ୟୁବରଣ କରିଛି। ଦିଲ୍ଲୀରେ ଜମ୍ମୁ ନେତାଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ଜମ୍ମୁରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି। ଡ୍ରୋନ ଆକ୍ରମଣକୁ ନେଇ ମଧ୍ୟ ସେନା ଏବେ ନିଜର ପ୍ରସ୍ତୁତି ଚଳାଇଛି।
ସହରର ମୁଖ୍ୟ ସ୍ଥାନ ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ସେହିପରି ଅନେକ ସ୍ଥାନରେ ଗୁଇନ୍ଦା ତଥ୍ୟ ଅନୁସାରେ ସର୍ଚ୍ଚ ଅପରେଶନ ଜାରି ରହିଛି।