ତେଣୁ ସରକାର ଲକ୍ଡାଉନ୍ ସମ୍ପୂର୍ଣ୍ଣ ଉଠାଇ ନାହାନ୍ତି। ଯାହାଫଳରେ ଅଳ୍ପ କିଛି ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର ତାହା ପୁଣି କିଛି ସମୟ ବ୍ୟବଧାନରେ । ତେବେ ଏହାରି ଭିତରେ ଭୁବନେଶ୍ବର ଆଇଡ଼ି ମାର୍କେଟରେ ଥିବା ବିଶାଲ ମେଗା ମାର୍ଟ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼ ।
ଦୋକାନ ଭିତରେ କୋଭିଡ ନିୟମ ଉଲ୍ଲଂଘନ କରି ସାମଗ୍ରୀ ବିକ୍ରି କରୁଥିଲେ ଦୋକାନୀ ତେଣୁ ବିଏମ୍ସି ସ୍କ୍ବାଡ୍ ର ଚଢାଉ ପରେ ଏହାକୁ ସିଲ୍ କରାଯାଇଛି । ସୁଚନା ଅନୁସାରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ କଟକଣାକୁ ବଢ଼ାଇ ଦେଇଛନ୍ତି ସରକାର । ତେବେ ଅନେକ ଜିଲ୍ଲାରେ କୋହଳ କରାଯାଇଛି।
ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଅଧିକ ବ୍ୟାବସାୟିକ କାରବାରକୁ ଅନୁମତି ମିଳିଛି ଓ ସମୟସୀମା ମଧ୍ୟ ବଢ଼ିଛି। ୨୦ ଜିଲ୍ଲାରୁ ସପ୍ତାହାନ୍ତ ସଟ୍ଡାଉନ୍ ମଧ୍ୟ ଉଠାଇ ଦିଆଯାଇଛି। ତେବେ ସବୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।