ଏ ଘର ଚାଳର ଫାଙ୍କା ସ୍ଥାନ କହୁଛି ଏ ଲୋକଟି ପାଈଁ ଘର ଟିଏ କେତେ ଜରୁରୀ କ୍ଷ ଆଉ ଏ ଦୃଶ୍ୟକୁ ଦେଖି ଠିକ ବାରି ହେଇଯାଉଛି ଯେ ଆମ ସରକାରଙ୍କ ଆବାସ ଯୋଜନା କେତେ କାର୍ଯ୍ୟକ୍ଷମ । ଏ ଯେଉଁ ଦୃଶ୍ୟ ଆପଣଙ୍କ ସାମ୍ନାରେ ଆମେ ଉପସ୍ଥାପନା କରୁଛୁ ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଦାଳୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୋଡ଼ାଡ଼ିଆଁ ଗ୍ରାମର କୌଶଲ୍ୟକ୍ଷ ବାରିକଙ୍କ ଘର । କୌଶଲ୍ୟ। ବାରିକ କହିଲେ ଜଣେ ଖଟିଖିଆ ଦିନ ମଜୁରିଆ ମହିଳା , ପ୍ରତେକ ଦିନ ପରର ମୁଲ କଲେ ଘରେ ଚୁଲି ଜଳେ, ଆଉ ପରିବାର ଚଳେ । ଆଜି ନିଜ ପାଈଁ ଘର ଖଣ୍ଡିଏ କରିବା ତାଙ୍କ ପାଈଁ ସାତ ସପନ, ଆପଣ ମାନେ ଭାବୁଥିବେ ଯେ କୌଶଲ୍ୟ। ବାରିକ ବୋଧ ହୁଏ ଆବାସ ଯୋଜନା ପାଈଁ କେବେ ଆବେଦନ କରିନାହିଁନ୍ତି । ଆଉ ସେଥିପାଇଁ ତାଙ୍କୁ ବୋଧେ ଆଜି ଯାଏଁ ଘର ଟିଏ ମିଳିନି । କିନ୍ତୁ ଏ ଦୃଶ୍ୟକୁ ଟିକେ ନଜର ପକାନ୍ତୁ ଏ ଯେଉଁ ଲିଷ୍ଟ ଆମେ ଆପଣଂକୁ ଉପସ୍ଥାପନା କରାଉଛୁ ଏ ଲିଷ୍ଟ ହେଉଛି ୨୦୨୦-୨୧ ବର୍ଷର ବଦାଳୋ ଗ୍ରାମପଞ୍ଚାୟତ ଘୋଡ଼ାଡ଼ିଆଁ ଗ୍ରାମର ନୂତନ ଆବାସ ଯୋଜନାରେ ସ୍ଥାନ ପାଇଥିବା ଇନିକ୍ଲୁଜନ ଲିଷ୍ଟ ଆଉ ଏ ଲିଷ୍ଟର ୬ ନମ୍ବର କ୍ରମିକରେ ଥିବା ନାମଟି ହେଉଛି କୌଶଲ୍ୟକ୍ଷ ବାରିକଙ୍କର । କିନ୍ତୁ ଆଜି ଯାଏଁ ସରକାରୀ ବାବୁ ମାନେ କୌଶଲ୍ୟ।ଙ୍କ ଘରକୁ କେବେ survey କରି ଆସିନାହାନ୍ତି, କି କେହି ଜଣେ କେବେ ଆସି ପଚାରିନ୍ତି ନି କାହିଁକି ଆପଣଙ୍କ ଘରଟିଏ ସରକାରଙ୍କ ତରଫରୁ ହେଉ ନାହିଁ ବୋଲି । କୌଶଲ୍ୟl ବାରିକଙ୍କ କଥା ମୁତାବକ ଗତ କାଲି ତାଙ୍କ ଗ୍ରାମକୁ ବଦାଳୋ ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଆସି ଯେଉଁ ମାନଙ୍କର ନୁଆଁ ଲିଷ୍ଟରେ ନାଁ ଆସିଛି ସମସ୍ତଙ୍କ ଘରକୁ ଆସି survey କରିଗଲେ କିନ୍ତୁ ତାଙ୍କ ଘରକୁ କେହି ଆସିଲେନି କି survey କଲେନି । ଏ ବିଷୟରେ ସେ ସିଧା ସଳଖ ବଦାଳୋ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବଂଶୀଧର ବିଶ୍ୱାଳଙ୍କୁ ଏ ବାବଦରେ ପଚାରିବାରୁ ସେ କହିଲେ ତୋର ଲିଷ୍ଟରେ ନାଁ ନାହିଁ ତୋର ହବନି । ତ ପ୍ରଶ୍ନ ଉଠୁଛି ଯେ ଜଣେ ଯୋଗ୍ୟ ହିତାଧିକାରୀଙ୍କ ର ଲିଷ୍ଟରେ ନାଁ ଥାଇ ତଳ ସ୍ଥରର କର୍ମଚାରୀ ମାନଙ୍କ ମନ ମୁଖି ଓ ସରପଞ୍ଚ ମାନଙ୍କର ବ୍ୟକ୍ତିଗତ ଇଚ୍ଛା ପାଈଁ ଆଜି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନି ଆବାସ ଯୋଜନାର ଘରଟିଏ । ଏ ବିଷୟରେ ଆମ ପ୍ରତିନିଧି ଯେତେବେଳେ ଵଦାଳୋ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରିଙ୍କୁ ଏ ସମ୍ପର୍କରେ ପଚାରିବା ପାଈଁ ଫୋନ ମାଧ୍ୟମରେ ଯୋଗାଯୋଗ କରନ୍ତି ସେ ଫୋନ ରିସିଭି କରନ୍ତି ନି । ତ ଏଥିରୁ ସ୍ପଷ୍ଟ ଜଣା ପଡିଯାଉଛି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ ନଉଠାଇବା କାରଣ କଣ ହେଇଥାଇପାରେ ଓ ଏମାନେ ଗରିବ ହିତାଧିକାରୀ ମାନଙ୍କ ପାଈଁ କେତେ କାର୍ଯ୍ୟକ୍ଷମ ।