ବର୍ତ୍ତମାନ ମହାନଦୀ ଜଳ ଏକ ବିବାଦୀୟ ପ୍ରସଙ୍ଗ । ଦୁଇ ରାଜ୍ୟ ମଧ୍ୟରେ ଯାହା ଏକ ତିକ୍ତତା ପୂର୍ଣ ପରିସ୍ଥିତି ସୃଷ୍ଟି କରିଛି । ମହାନଦୀ ଜଳ ଉପରେ କାହାର ଅଧିକାର ରହିବ ତାହା ତ ଏବେ ଗ୍ରୀନ ଟ୍ରିବ୍ୟୁନାଲାର ଵିଚାରଧିନ । ସମଗ୍ର ଦେଶ କୋରୋନା ଭଳି ଜଟିଳ ସମସ୍ୟା ଦେଇ ଗତି କରୁଥିବା ଯୋଗୁଁ NGT ବ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ର ଅବଧିକୁ ଆହୁରି ଦୁଇ ବର୍ଷ ସମୟ ଦିଆ ଯାଇଛି । ଏପରି ବର୍ଷ ପରେ ବର୍ଷ ଗଡାଈ ଚାଲିବା ଦ୍ବାରା କଣ ଏହାର ସମାଧାନ ହୋଇ ପାରିବ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏ ସମ୍ବନ୍ଧୀୟ ପ୍ରକୃତ ତଥ୍ୟ ।
ପୁଣିଥରେ ଘୁଞ୍ଚିଲା ଜଳ ବିବାଦ ମାମଲାର ଶୁଣାଣି । ଗତକାଲି ସୁପ୍ତମକୋର୍ଟ ବିଚାରପତି ଏ.ଏମ୍ ଖାନିୱାଲ୍କରଙ୍କ ଅଧକ୍ଷତାରେ ଟ୍ରିବ୍ୟୁନାଲର ୨୧ତମ ଶୁଣାଣି ହୋଇଥିଲା । ଯେଉଁଥିରେ ଶୁଣାଣିକୁ ଆସନ୍ତା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପୂର୍ବରୁ ମଧ୍ୟ କୋରୋନା ଯୋଗୁଁ ଅପ୍ରେଲ୍ ୧୦ ଏବଂ ମେ ୮ରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣାକୁ ନେଇ ଅନେକଥର ଅଲୋଚନା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ଯେଉଁଥିପାଇଁ ଗତ ୨୦୧୮ରୁ ଗଠିତ ହୋଇଥିବା ଟ୍ରିବ୍ୟୁନାଲର ଅବଧି ଚଳିତ ବର୍ଷ ମାର୍ଚ୍ଚ ୧୧ ରେ ଶେଷ ହେବା ପରେ ଏହାକୁ ଆହୁରି ଦୁଇ ବର୍ଷ ବଢାଇ ଦିଆ ଯାଇଛି । ଖାଲି ସମୟ ବଢାଇଲେତ ହେବନି ଏପଟେ କୋର୍ଟର ମଧ୍ୟ ଖର୍ଚ୍ଚ ରହିଛି । ତାହା ପୁଣି ହଜାର ନୁହଁ ଲକ୍ଷ ନୁହଁ କୋଟିରେ । ସୂଚନା ଅଧିକାର ଆଇନ ତଥ୍ୟ ଅନୂଯାୟୀ ରାଜ୍ୟ ସରକାର ଗତ ତିନି ବର୍ଷ ମଧ୍ୟରେ ଓକିଲଙ୍କ ଫିସ୍ ବାଦକୁ ରାଜସ୍ୱରୁ ପ୍ରାୟ ଚାରି କୋଟି ଟଙ୍କା ଖର୍ଚ୍ଚ କରି ସାରିଲାଣି । ଏତେ ସବୁ ପରେ ସତରେ କଣ ଆଗକୁ କିଛି ସୁଫଳ ମିଳିପାରିବ ?
୨୦୧୮ରୁ ଚାଲି ଆସିଥିବା ଝତିଶଗଡ ସରକାରଙ୍କର ବେଆଇନ୍ ବନ୍ଧ ନିର୍ମାଣ ବିବାଦରେ ଓଡିଶା ଶାସକ ଦଳର ଅନେକ ନେତା ରାଜ୍ୟପାଳଙ୍କୁ ଦାବିପତ୍ର ଦେବା ସହିତ ବିଭିନ୍ନ ଜିଲ୍ଲାର ଜିଲ୍ଲା ଦପ୍ତର ସମ୍ମୁଖରେ ଧାରଣା ଦେଇଥିଲେ । ରାଜ୍ୟବ୍ୟାପୀ ବିତର୍କ ଚାଲିଥବା ବେଳେ କେନ୍ଦ୍ରସରକାର ଏକ ବୈଠକ ଡାକିଥିଲେ ଯେଉଁଥିରେ ଉଭୟ ଓଡିଶା ଏବଂ ଛତିଶଗଡ ନିଜ ନିଜର ପକ୍ଷ ରଖିବା ପାଇଁ କୁହାଯାଇଥିଲା । ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କର ମତାମତ ଲୋଡିଥିଲେ । ଅନେକ ବୁଦ୍ଧିଜୀବୀ, ସମାଜ ସେବୀ, ସଂଗଠନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନିଜର ମତାମତ ରଖିଥିଲେ । ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଫିଟି ପାରିନାହିଁ । ତେବେ ଏହାର ସମାଧାନ କେବେ ସମ୍ଭବ ହେବ ।