ମା’ ସହିତ ଗାଧୋଇବାକୁ ଯାଇଥିବା ବେଳେ ନାଳରେ ବୁଡ଼ି ଗଲେ ଦୁଇ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଚୁଡ଼ାପୁରୁଗ ଗାଁରେ। । ଘଟଣାସ୍ଥଳରେ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଚୁଡାପୁରୁଗ ଗାଁ ସୁରୁବାଲି ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ଗାଧୋଇବା ବେଳ କୌଣସି କାରଣ ବଶତଃ ପାଣିରେ ବୁଡିଯାଇଥିଲେ ଦୁଇ ଭାଇ । ଦୁଇ ଭାଇ ବୁଡିଯାଉଥିବା ଦେଖି ଗ୍ରାମବାସୀ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଗ୍ରାମବାସୀ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବୁଡି ଯାଇଥିବା ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୃତକ ଦୁଇ ଜଣଙ୍କ ବୟସ ୬ ବର୍ଷ ଓ ୪ ବର୍ଷ ବୋଲି ଜଣାପଡିଛି । ମୃତଦେହ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି ।