ଯାଜପୁର : ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ପ୍ରତିଷେଧକ ଟିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀମାନଙ୍କୁ ଟିକାକରଣ କରିବା ଦିଗରେ ଗୁରୁତ୍ଵ ଦେବା ସହ ନଗଡାରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କରୋନା ଟିକାକୁ ନେଇ ପୁର୍ବରୁ ନଗଡ଼ାବାସୀଙ୍କ ମନରେ ଅନ୍ଧବିଶ୍ୱାସ ଥିବା ବେଳେ ଏବେ ସେମାନେ ଟିକା ନେବାକୁ ଆଗେଇ ଆସିଛନ୍ତି । ନଗଡ଼ ଅଞ୍ଚଳର ୬ଟି ଗାଁର ହଜାରେରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଆଜି ପ୍ରଥମ ଦିନରେ କେବଳ ୧୭୬ ଜଣଙ୍କୁ ଦିଆଯାଇଛି। ଟିକାକରଣର ସପ୍ତାହକ ପୂର୍ବରୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ଅଙ୍ଗନବାଡି ଓ ଆଶାକର୍ମୀମାନେ ଘର ଘର ବୁଲି ସଚେତନ କରାଇଥିଲେ l ତଳ ନଗଡା ରେ ଥିବା ବିଦ୍ୟାଳୟ ପରିସରରେ ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେବଳ ଟିକା ନୁହେଁ, ସାନିଟାଇଜର ସହ ସାନିଟାରି ନ୍ୟାପକିନ୍ ବଣ୍ଟନ କରାଯାଉଛି । ସେହିପରି ସେହିପରି ଅନ୍ୟ ଏକ ଅପହଞ୍ଚ ଇଲାକା ମାଲକାନଗିରିର ବଣ୍ଡାଘାଟିରେ ମଧ୍ୟ ଟେଷ୍ଟିଂ, ଟ୍ରିଟମେଣ୍ଟ ଆଉ ଟିକାକୁ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ ।