କେନ୍ଦୁଝରର ସିଦ୍ଧମଠ ଠାରେ ଅବସ୍ଥିତ ଏକ ମାତ୍ର ଦୃଷ୍ଟି ହୀନ ବିଦ୍ୟାଳୟରେ ପାଠପଢୁଥିବା ଆଠ ଜଣ ଛାତ୍ରଛାତ୍ରୀ ୨୦୨୦ରେ ଫର୍ମଫିଲଫ କରିଥିଲେ । ହେଲେ କରୋନା କାରଣରୁ ପରୀକ୍ଷା ହୋଇନଥିଲା । ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ ଏହି ଆଠଜଣ ଛାତ୍ରଛାତ୍ରୀ ପାସ ହେବା କଥା । କିନ୍ତୁ ଏହି ଉକ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନଥିବାରୁ ପ୍ରଧାନ ଶିକ୍ଷକ, ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ସରକାରଙ୍କୁ ଏହାର ପୁର୍ନବିଚାର ପାଇଁ ଦାବି କରିଛନ୍ତି । ପ୍ରକାଶ ଥାଉ କି ୨୦୧୪ ମସିହାରୁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇ ଆସୁଛନ୍ତି ଏବଂ କୃତକାର୍ଯ୍ୟ ମଧ୍ୟ ହେଉଛନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସରାକରଙ୍କ ବିଭିନ୍ନ ଯୋଜନାମାନ ରହିଥିବା ବେଳେ ଏହା ପ୍ରକୃତ ପକ୍ଷେ କାର୍ଯ୍ୟକାରୀ ହେଉ ନଥିବାରୁ ବୁଦ୍ଧିଜୀବୀ ମହଲ ତଥା ଜନସାଧାରଣରେ ଆଲୋଚନା ହେଉଛି ।