ଓଡିଶାରେ ବର୍ତମାନ କରୋନା ସଂକ୍ରମଣ ଗ୍ରାଫ କମିବାରେ ଲାଗିଲାଣି, କିନ୍ତୁ ଗ୍ରାମାଂଚଳରେ କୋଭିଡ ସଂକ୍ରମଣକୁ ରୋକାଯିବl ନେଇ ଆଜି ବି ସରକାର ବିଭିନ୍ନ ପ୍ରକାରର ପ୍ରଦେକ୍ଷପ ନେଉଛନ୍ତି, ବିନା କୌଣସି କାମ ନ ଥାଇ ଘରୁ ନ ବାହାରିବ।, ବାରମ୍ବାର ହାତକୁ ସାବୁନରେ ଧୋଇବା ମାସ୍କ ଓ ସାନିଟାଇଜର ନିୟମିତ ବ୍ୟବହାର କରିବl ଉପରେ ଦୃଷ୍ଟି ଦେବା ସହ କରୋନା ସଂକ୍ରମଣକୁ ରୋକିବା ପାଈଁ ପଞ୍ଚାୟତ ସ୍ତରରେ ବାରମ୍ବାର ଟେଷ୍ଟିଙ୍ଗ ପାଈଁ ଗୁରୁତ୍ୱ ଦିଆଯାଇଛି l ଏଭଳି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁଶ ପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୂଆକୋଟ ଡିହସାହି ଉପ୍ରା ବିଦ୍ୟାଳୟ ଠାରେ | ପୂର୍ବରୁ କିଛି ଦିନ ତଳେ ମହାମାରୀ ଠାରୁ ଦୁରେଇ ରହିବା ପାଈଁ ବାଉଁଶ ପୋଖରୀ ପଞ୍ଚାୟତରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲl ଓ ଆଜି ବାଉଁଶ ପୋଖରୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶୀଲ କୁମାର ଜେନାଙ୍କ ନେତୃତ୍ୱରେ, ଆଶାକର୍ମୀ ସୁବାସିନୀ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ସବିତା ସେଠି ଅଙ୍ଗନବାଡି କର୍ମୀ କଳ୍ପଲତା ପ୍ରଧାନ, ଅଶାନ୍ତି ଦେହୁରୀ, ସୀତା ଦେହୁରୀ ଏବଂ ଅଙ୍ଗନବାଡି ସହାୟିକା ଟୁନି ବେହେରା, ତନୁ ମାଝୀ, ସୁମିତ୍ରା ନାୟକଙ୍କ ସହଯୋଗ ରେ ଆଜି କରୋନା ପରୀକ୍ଷଣ କାର୍ଯ୍ୟକ୍ରମ ଟି ସୁଚାର ରୂପେ ହୋଇଛି। ଆଜିର RTPCR ପରୀକ୍ଷଣରେ ୨୫୪ ଜଣଙ୍କର କୋଭିଡ ପରୀକ୍ଷଣ ହୋଇଥିଲl l ଜନସାଧାରଣଙ୍କ ଅନୁରୋଧ କ୍ରମେ ଖୁଵ କମ ସମୟରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତତ୍ପରତା ସହ ଜନସଚେତନା ଓ କରୋନା ପରୀକ୍ଷଣ ଏବଂ ଟୀକାକରଣ ଉପରେ ବିଶେଷ ଗୁରୁତ୍ୱ ଦେଉଥିବାରୁ ଜନସାଧାରଣ ଏଭଳି କାର୍ଯ୍ୟକ୍ରମ ଦେଖି ନୁଆକୋଟ ଡିହ ସାହିର ଗ୍ରାମବାସୀ ଓ ପଞ୍ଚାୟତ ବାସି ମାନଙ୍କ ମୁଖରୁ ଧନ୍ୟବାଦ ଦେବା ସହ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଆଲୋଚନା ହେଉଅଛି l