ଭୁବନେଶ୍ବର : କରୋନା କଟକଣା ପାଇଁ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ଚଳିତବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ।
ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିଲେ, ଫେଲ୍ ହୋଇଥିଲେ କିମ୍ବା ଫର୍ମ ପୂରଣ କରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା ପାଇଁ ଯୋଜନା କରାଯାଉଛି। ସେଥିଲାଗି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ବାତିଲ କରାଯାଇଛି ।
ବିକଳ୍ପ ପରୀକ୍ଷା ଅଗଷ୍ଟ ମାସ ସୁଦ୍ଧା ସାରିବାକୁ ଲକ୍ଷ୍ୟ କରାଯାଉଛି । ତେଣୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ସମୟ ନଥିବାରୁ ପରୀକ୍ଷା କରାଯିବନାହିଁ ବୋଲି ଘୋଷଣା ହୋଇଛି । ସପ୍ଲିମେଣ୍ଟାରୀ ପରୀକ୍ଷା ନହେଲେ ବି ହାଇସ୍କୁଲ ସାର୍ଟିଫିଟେକରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୫ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଫର୍ମପୂରଣ କରି ପରୀକ୍ଷା ଦେଇ ପାରିବେ ।