ଚର୍ଚ୍ଚାରେ ପୋଲିସ ଅଫିସର। ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର ପାଇବେ ଟାଙ୍ଗୀଥାନା ନିରୀକ୍ଷକ। ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟରୁ ସୂଚନା ପତ୍ର ଜାରି କରିଛନ୍ତି ଡିଜିପି।ପ୍ରଶଂସା ପତ୍ର ପାଇବେ ପୋଲିସ ଅଫିସର। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ପାଇବେ ଓଡିଶା ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର। ଗତ ଦୁଇ ଦିନ ତଳେ ଏ ନେଇ ଓଡିଶା ପୋଲିସ ମୁଖ୍ୟାଳୟରୁ ଏକ ସୂଚନା ପତ୍ର ଜାରି କରାଯାଇଛି। ଶ୍ରୀ ମଲ୍ଲିକ ଏକ ମାସ ପୂର୍ବେ ଟାଙ୍ଗୀ ଥାନାରେ ନିରୀକ୍ଷକ ଭାବେ ଯୋଗଦେବା ପରଠାରୁ ଅଞ୍ଚଳରେ ଅପରାଧିକ ଗତିବିଧି ଏବଂ ରାହାଜାନୀ ଉପରେ ଧୀରେ ଧୀରେ ଅଙ୍କୁଶ ଲଗାଇବା ସହ ଧରପଗଡ଼ କରୁଥିବାର ଦେଖାଯାଇଛି। ଶ୍ରୀ ମଲ୍ଲିକ ଜଣେ ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ହୋଇଥିବା ବେଳେ ବିଗତ ଦିନରେ ଏକାଧିକ ଭଲ କାମ କରି ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନିକଟରେ ଜଣେ କୋଭିଡ ଆକ୍ରାନ୍ତଙ୍କ ଶବ ସତ୍କାର କରି ଚର୍ଚ୍ଚାକୁ ଆସିଥିଲେ ଏହି ପୋଲିସ ଅଧିକାରୀ। ଗତ ଏକ ମାସ ମଧ୍ୟରେ ଟାଙ୍ଗୀ ଥାନା ଇଲାକାରେ ବହୁ ଜଟିଳ ମାମଲା ଗୁଡିକ ଯଥା ଅଣ୍ଡାଗାଡି ଲୁଟ ଘଟଣା, ଭାଇରଲ ଭିଡ଼ିଓ ଘଟଣା ଆଦିର ପର୍ଦ୍ଦାଫାଶ କରିବା ସହ, ଏକାଧିକ ଜୁଆ ଆଡ୍ଡାରେ ଚଢ଼ାଉ, ଚୋରା ଗୋରୁଙ୍କୁ ଉଦ୍ଧାର, ଅବକାରୀ ଚଢ଼ାଉ, ବାଇକ ଚୋରି ଗ୍ୟାଙ୍ଗକୁ ଗିରଫ କରି ଟାଙ୍ଗୀ ଥାନା ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି। ତେବେ ଡ଼ିଜିପିଙ୍କ ଠାରୁ ଉକ୍ତ ପ୍ରଶଂସାପତ୍ର ପାଇ ବେଶ ଗର୍ବ ଅନୁଭବ କରୁଛନ୍ତି ବୋଲି ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।