ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସ୍ଥିତ ଓଡାପଡାଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ମାନେ ଆଜି ଓଡିଶା ଫାର୍ମାସିଷ୍ଟ ସେବା ସଙ୍ଘ ତରଫରୁ ଡାକରା ଦିଆଯାଇଥିବା କଳା ବ୍ୟାଚ ପ୍ରତିବାଦ ଆନ୍ଦୋଳନ ରେ ନିଜକୁ ସାମିଲି କରିଛନ୍ତି l ଏ ନେଇ କାର୍ଯ୍ୟରତ ଫାର୍ମାସିଷ୍ଟ ପ୍ରେମ କୁମାର ଜଗତ ଜଣାଇଛନ୍ତି ଯେ ଦୀର୍ଘ ବର୍ଷ ହେବ ଦାବୀ କରୁଥିଲେ ସୁଦ୍ଧା ଫାର୍ମାସିଷ୍ଟ ମାନଙ୍କ କ୍ୟାଡର ନିୟମ ପ୍ରଚଳନ କାରାଯାଇ ନାହିଁ l ସେମାନଙ୍କୁ ନିମ୍ନ ହାରରେ ଦରମା ଦିଆ ଯାଉଛି l ପୁନର୍ବାର 2013 ମସିହା ରୁ ଅସଙ୍ଗତି ରହିଥିବା ଆର ଏ ସି ପି ରେ ସଂଶୋଧନ କରାଯାଉ ନାହିଁ l
rbsk ଓ mhu ଯୋଜନା ରେ ଦୀର୍ଘ ଦିନ କାର୍ଯ୍ୟରତ ଫାର୍ମାଶିଷ୍ଟ ମାନଙ୍କୁ ନିୟମିତ କରାଯାଉ ନାହିଁ l ଯେତେ ବେଳେ ଆମେ ଔଷଧ ବଣ୍ଟନ ଛଡା ଜରୁରୀ କାଳୀନ ପ୍ରାଥମିକ ଚିକିତ୍ସା ଯୋଗାଣ, ବିଭିନ୍ନ ରିପୋର୍ଟ ଏବଂ ତଥ୍ୟ ପ୍ରଦାନ, ରୋଗୀ ଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ, ତଥା କୋଭିଡ କାର୍ଯ୍ୟ କରୁଛୁ l ତେଣୁ ସରକାର ଆମର ନ୍ୟାର୍ଯ୍ୟ ଦାବୀ ପ୍ରତି ଦୃଷ୍ଟି ଦେବେ ବୋଲି ମତ ପ୍ରକାଶ କରିଥିଲେ l ଓଡାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏ ନେଇ ଅନିଲ କୁମାର ସାହୁ, ବିଶ୍ଵମୋହନ ଦାସ, ଅଶ୍ୱିନ ମହାପାତ୍ର ଏବଂ ପ୍ରେମ କୁମାର ଜଗତ ଶାନ୍ତିପୂର୍ଣ ଭାବେ କୌଣସି ଦାୟିତ୍ୱ ରେ ଅବହେଳା ନ କରି କଳା ବ୍ୟାଚ ପ୍ରତିବାଦ ରେ ସାମିଲ ହୋଇଛନ୍ତି l ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟରେ 3300, ଜିଲ୍ଲାରେ 70 ଜଣ ତଥା ଓଡାପଡା ରେ 4 ଜଣ ଫାର୍ମାସିଷ୍ଟ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ଯୋଗାଇବା ଠୁ ଆରମ୍ଭ କରି କୋଭିଡ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି ଅଥଚ ସେମାନଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇ ନ ପାରିବାରୁ ଅସନ୍ତୋଷ ଦେଖା ଦେଇଛି l