ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ୧ ନମ୍ବର ମାର୍କେଟ୍ । ଜୁଲାଇ ୧ ପର୍ୟ୍ୟନ୍ତ ଭୁବନେଶ୍ବର ୧ ନମ୍ବର ମାର୍କେଟ୍ ସିଲ୍ କରିଥିବା ଜଣାପଡିଛି । ମାର୍କେଟ୍ ରେ କୋଭିଡ୍ ନିୟମ ପାଳନ ନହେବାରୁ ଏଭଳି ନିଷ୍ପତ୍ତି ନେଇଛି ବିଏମସି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ରେଡ୍ ଜୋନରେ ଥିବା ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାକୁ ଅନଲକ୍ କରିଛନ୍ତି ରାଜ୍ୟ ସରକାର । ଉଭୟ ହେଲସେଲ ଓ ରିଟେଲର ବ୍ୟବସାୟୀ ମାନଙ୍କ ପାଇଁ ହାଟ ବନ୍ଦ କରାଯାଇଛି । ନିୟମ ଉଲଘଂନ ହେତୁ କୋଙିଡ୍ ସଂକ୍ରମଣ ବଢିବା ଆଶଙ୍କାରେ ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। କେବଳ ଭିତର ହାଟ ଉପର ବିଏମସି କଟକଣା ଲଗାଇଥିବା ବେଳେ ପରିବା ହାଟ ପୂର୍ବ ଭଳି ଖୋଲା ରହିବ । ବାହାର ହାଟ ମଧ୍ୟ କଟକଣା ମଧ୍ୟରେ ଖୋଲିପାରିବେ ମାତ୍ର ସାମାନ୍ୟ ନିୟମର ଉଲଘହନ ହେଲା ବାହାର ହାଟ ମଧ୍ୟ ସିଲ୍ ହେବ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।