ଜନଶୂନ୍ୟ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ।ଏହି ଦିନକୁ ମହାପୁରୁଷ ଙ୍କ ମହାପ୍ରୟାଣ ଦିବସ ଭାବରେ ପାଳନ କରାଯାଇଥାଏ।ଏହି ଦିବସରେ ଚଳଚଞ୍ଚଳ ହୋଇଉଠେ ପଦ୍ମାବନ ପୀଠ।ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ର ସମାଗମ ହୋଇଥାଏ ଏହି ପୀଠରେ।ମହାପୁରୁଷ ଅଚ୍ୟୁତାନନ୍ଦ ଥିଲେ ଦିବ୍ୟଦ୍ରଷ୍ଟା ଓ ମହାନ ସାଧକ ତଥା ଭବିଷ୍ୟତ ମାଳିକାକାର ,ଉତ୍କଳୀୟ ବୈଷ୍ଣବକବି ଓ ଜଗନ୍ନାଥ ଙ୍କ ର ପରାମଭକ୍ତ।କଥିତ ଅଛି ଆଜିର ଦିନରେ ମହାପ୍ରଭୁ ଜଗନ୍ନାଥ ନେମାଳ ଆସିଥାନ୍ତି ସେଥିପାଇଁ କୁହାଯାଇଛି ”ଯେଉଁ ଜଗନ୍ନାଥ ମୁରତି ନିଳାଚଞ୍ଚଳ ରେ ସ୍ଥିତ ସେହି ଜଗନ୍ନାଥ ମୁରତି ପଦ୍ମବନେ ଉଦିତ” । କେଉଁ କାଳରୁ ବହୁ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ଭାବେ ଲମ୍ବିଚାଲିଛି ମହାପୁରୁଷ ଙ୍କ ପିଠରେ ଦେବସ୍ନାନ ପୂର୍ଣ୍ଣିମାଓ ଯାତ୍ରା ।ଶହସ୍ରାଧିକ ଦୋକାନ ବଜାର ଖୋଲାଯାଇ କିଣାବିକା ହୋଇଥାଏ ଆଜିର ଦିନରେ।ମାତ୍ର ଗତ ଦୁଇ ବର୍ଷ ହେଲା ଏହିଯାତ୍ରା ମହାମାରୀ କରୋନା ପାଇଁବନ୍ଦ ହୋଇଛି। ଚଳିତ ବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁପୀଠ ଚତୁର୍ପାଶ୍ୱ ରେ ଜାରି କରାଯାଇଛି ୧୪୪ଧାରା. ଆଜି ସ୍ଥାନଟି ଜନଶୂନ୍ୟ ଓ ଭକ୍ତ ଶୂନ୍ୟପରିଲକ୍ଷିତ ହୋଇଛି ।ନିଶ୍ଚିନ୍ତକୋଇଲି ତହସିଲଦାରତଥା ଟ୍ରଷ୍ଟ ର ସଦସ୍ୟ ମାନସରଞ୍ଜନ ତାରାଶିଆ, ନେମାଳ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ପୋଲିସ ଟିମ ସହ ଉପସ୍ଥିତ ରହିଛନ୍ତି। କୋଭିଡ କଟକଣା ମଧ୍ୟରେ ସେବାୟତ ସଂଘ ସଭାପତି କ୍ଷମାନିଧି ପୂଝାରୀ ଙ୍କ ତତ୍ୱାବଧାନ ରେ ସେବାପୂଜା ଓ ନୀତିକାନ୍ତି ସମ୍ପନ୍ନ ହେଉଛି।