କଟକ : ଆକାଶ ପାଠକଙ୍କୁ ମିଳିଲା ଜାମିନ୍ । ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ । ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ପୂର୍ବରୁ ଆକାଶଙ୍କ ବାପା ଓ ଭାବି ଶ୍ୱଶୁର ଜାମିନ ପାଇ ଜେଲ୍ରୁ ମୁକୁଳି ସାରିଥିବା ବେଳେ ଏବେ ତାଙ୍କୁ ମିଳିଛି ଜାମିନ। କିନ୍ତୁ ଏବେ ସେ ଜେଲ୍ରୁ ମୁକୁଳି ପାରିବେ ନାହିଁ। ଚାକିରି କରାଇ ଦେବାକୁ କହି ବହୁ ଯୁବକଯୁବତୀଙ୍କଠାରୁ ଆକାଶ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ତାଙ୍କୁ ଜାମିନ ମିଳିଛି। ଏବେ ବି ତାଙ୍କ ନାଁରେ ଥିବା ବହୁ ମାମଲାର ଶୁଣାଣି ଚାଲିଥିବାରୁ ସେ ଜେଲ୍ରୁ ମୁକୁଳି ପାରିବେ ନାହିଁ। ନିଜକୁ ଟାଟା ମୋଟର୍ସର ଏମ୍ଡି ଭାବେ ପରିଚୟ ଦେଇ ଆକାଶା ବହୁ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି। ଏନେଇ ଆକାଶଙ୍କ ନାଁରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ବହୁ ଥାନାରେ ବି ମାମଲା ହୋଇଛି। ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ତଥା ଆକାଶଙ୍କ ଭାବି ଶ୍ୱଶଶୁର ପ୍ରଦୀପ ପାଣିଗ୍ରାହୀ ବି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ଓ ଏଥିପାଇଁ ସେ ଗିରଫ ବି ହୋଇଥିଲେ। ହାଇକୋର୍ଟ ତାଙ୍କୁ ମଧ୍ୟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଫଳରେ ସେ ଦୀର୍ଘ ୬ମାସ ପରେ ଜେଲ୍ରୁ ମୁକୁଳିଥିଲେ । ତାଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ସେ ଜାମିନ୍ ପାଇବା ପରେ ଜେଲ୍ରୁ ମୁକୁଳିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଆଇଏଫଏସ ଅଭୟ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ପରେ ତାଙ୍କ ପୁଅ ଆକାଶଙ୍କ କେଳେଙ୍କାରୀ ଧରାପଡିଯାଇଥିଲା । ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗରେ ଆକାଶଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା । ଏବେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ପାଠକ ବାପା-ପୁଅଙ୍କ ସହ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜେଲ୍କୁ ମୁକୁଳିସାରିଛନ୍ତି ।