ଆଠଗଡ଼ : ଗାଁଠୁ ସହର ସବୁଆଡେ ଚାଲିଛି ଟିକାକରଣ । ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ଆଠଗଡ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର । ଟିକା ପାଇଁ ଧାଡି ଧାଡ଼ି ହୋଇ ରହିଛି ଆଧାର କାର୍ଡ। ଆସନ୍ତାକାଲି ଠାରୁ ଆରମ୍ଭ ହୋଇଛି ନୂଆଟିକା ନୀତି। ରାଜ୍ୟରେ ଦୈନିକ ୩ଲକ୍ଷ ଟୀକାକରଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ସମସ୍ତ ବ୍ଲକ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଟୀକା ଯୋଗାଇ ଦିଆଯିବ। ଲୋକମାନେ ଟୀକା ନେବା ପାଇଁ ସକାଳୁ ସକାଳୁ ଆସି ନିଜର ଆଧାର କାର୍ଡ ପାଖରେ ଚାହିଁ ରହିଛନ୍ତି । କିନ୍ତୁ ଏ ଦୃଶ୍ୟ ସମସ୍ତଙ୍କୁ ଚକିତ କରୁଛି। ଯେଊଁଠି ଲୋକମାନେ ଧାଡିରେ ଛିଡା ହେବା କଥା ସେଠି ଆଧାର କାର୍ଡ ଲାଇନରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାରା ଦେଶରେ କ୍ୟାମ୍ପେନ୍ ଭାକ୍ସିନେସନ୍ ଚାଲିଛି । ତେଣୁ ଲୋକମାନେ ଟିକା ନେବା ପାଇଁ ସକାଳୁ ସକାଳୁ ଆସି ନିଜର ଆଧାର କାର୍ଡ ରଖି ଅପେକ୍ଷା କରିଛନ୍ତି।