ଅନେକ ବର୍ଷ ପୂର୍ବେ ଅନ୍ଧକାରରେ ଏକ ଆଲୋକର କିରଣ ନେଇ ସ୍ୃଷ୍ଟି ହୋଇଥିଲା ଶବ୍ଦ ଓଁ ଯେଉଁଥିରୁ ୪ଟି ବେଦର ଉତ୍ପତ୍ତି ହୋଇଥିଲା । ପ୍ରାୟ ୮-୧୦ ହଜାର ବର୍ଷ ପୂର୍ବେ ମାନବ ଇତିହାସର ସର୍ବପୂରାତନ ଋଗ୍ବେଦରୁ ଯୋଗର ଉତ୍ପତ୍ତି ହୋଇଛି । ଏକ ଧର୍ମ ନୁହେଁ ଏହା ଏକ ଜୀବନ ଶ୍ୟୌଳୀ ଯାହା ମଣିଷକୁ ସୁସ୍ଥ ଶରୀର, ସୁସ୍ଥ ମନ ସହିତ ଏକ ଆଧ୍ୟାତ୍ମିକ ଚିନ୍ତନ ଯୋଗାଇ ଦେବାରେ ସହଯୋଗ କରିଥାଏ ।
। । ସର୍ବେ ସାନ୍ତୁ ନିରାମାୟାଃ । ।
ଯୋଗର ଏହି ମୂଳମନ୍ତ୍ର ପ୍ରାୟ ହଜାର ହଜାର ବର୍ଷ ଧରି ସମାଜକୁ ଏକ ସୁସ୍ଥ ଜୀବନ ଅତିବାହିତ କରିବା ଦିଗରେ ଉର୍ଜା ଯୋଗାଇ ଚାଲିଛି । । ମନୁଷ୍ୟ ଶରୀରର ଆଭ୍ୟନ୍ତରୀଣ ସୁସ୍ଥତା ଏବଂ ଜ୍ଞାନୀକ ଆଭିମୁଖ୍ୟ ପାଇଁ ଏହା ଏକ ମୁଳଦୁଆ । ଦୈନିକ ଯୋଗାଭ୍ୟାସ ଦ୍ୱାରା ମାନସିକ, ଶାରୀରିକ ଏବଂ ଅଧ୍ୟାତ୍ମିକ ଉନ୍ନତି ହେବା ସହିତ ଶରୀରର ଅନେକ ରୋଗ ବୈରାଗ୍ୟରୁ ମଧ୍ୟ ମୁକ୍ତି ମିଳି ଥାଏ ।
୨୦୧୪ ମସିହା ଡସେମ୍ବର ୧୧ ତାରିଖରେ ମିଳିତ ଜାତିସଂଘର ସାଧାରଣ ସଭାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୧ ତାରିଖରେ ଯୋଗ ଦିବସ ପାଳନର ପ୍ରସ୍ତାବ ଦେଇଥିଲେ କାରଣ ଏହା ଉତ୍ତର ଗୋଲାର୍ଦ୍ଧରେ ବର୍ଷର ସବୁଠାରୁ ଲମ୍ବାଦିନ ଏବଂ ବିଶ୍ୱର ଅନେକ ସ୍ଥାନରେ ଏହାର ବିଶେଷ ମହତ୍ତ୍ୱ ରହିଛି । ପରେ ୨୦୧୫ ମସିହା ଠାରୁ ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରା ଯାଉଛି ।
ଆଜିକାଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଦୈନିକ ଯୋଗାଭ୍ୟାସ ଜରିବା ପାଇଁ ପରାମର୍ଶ ଦେଉଛନ୍ତି । ବର୍ତ୍ତମାନର କୋରୋନା ସମୟରେ ଉଭୟ ଶାରୀରିକ ଏବଂ ମାନସୀକ ସୁସ୍ଥତା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ଦୈନିକ ଯୋଗାଭ୍ୟାସର କରିବା ନିହାତି ଆବଶ୍ୟକ ।
ଆଜିର ଯୋଗ ଦିବସ ଉପଲକ୍ଷେ ଭାରତର ରଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି:-ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ସୁଖ ହାସଲ କରିବା ପାଇଁ ମନ ଏବଂ ଶରୀରକୁ ଏକତ୍ର କରିବାର ଆମର ପ୍ରାଚୀନ ଦର୍ଶକଙ୍କ ଦୃଷ୍ଟିକୋଣ, ସହସ୍ର ବର୍ଷରୁ ଲକ୍ଷ ଲକ୍ଷ ଲୋକଙ୍କୁ ଲାଭ ଦେଇଆସିଛି । ବିଶ୍ୱକୁ ଭାରତର ଏହି ମହାନ ଉପହାର, କୋଭିଡ -୧୯ ସମୟରେ ବିଶେଷ ସହାୟକ ହୋଇପାରେ ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପରିପ୍ରେକ୍ଷୀରେ ନିଜର ବକ୍ତବ୍ୟ ରଖିଛନ୍ତି :- ବର୍ତ୍ତମାନ ଯେତେବେଳେ ସାରା ବିଶ୍ୱ କୋରୋନା ମହାମାରୀର ମୂକାବିଲା କରୁଥିବା ସମୟରେ ଯୋଗ ଏକ ଆଶର କିରଣ ହୋଇ ଆସିଛି । ୨ ବର୍ଷ ଧରି ସମସ୍ତ ଦେଶରେ ଚାଲିଥିବା କୋରୋନା ସଂକ୍ରମଣ ଯୋଗୁଁ କୋଣସି ସାର୍ବଜନିକ କାର୍ଯ୍ୟକ୍ରମ ହୋଇ ନଥିଲେ ମଧ୍ୟ ଲୋକ ମାନଙ୍କ ମଧ୍ୟରେ ଯୋଗ ଦିବସର ଉତ୍ସାହ ତିଳେମାତ୍ର କମ୍ ହୋଇନାହିଁ । ଯୋଗର ଦିବସର ମୂଳମନ୍ତ୍ର , ‘ସର୍ବେ ସାନ୍ତୁ ନିରାମାୟାଃ’ କୁ ସମ୍ବୋଧନ କରି ସେ ବିଶ୍ୱର ସମସ୍ତ ଦେଶ, ସମାଜ ଏବଂ ଜନତାଙ୍କର ମଙ୍ଗଳକାମନା କରିଛନ୍ତି । ବର୍ତ୍ତମାନ ଭାରତ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ‘ଏମ୍ ୟୋଗା’ ନାମକ ଏକ ଆପ୍ ପ୍ରସ୍ତୁତ କରା ଯାଇଛି । ଯେଉଁଥିରେ ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଦେଖିବାକୁ ମିଳିବ । ଏହାଦ୍ୱାରା ଯୋଗବିଜ୍ଞାନକୁ ସମଗ୍ର ବିଶ୍ୱରେ ପରିଚିତ କରାଯିବା ପ୍ରକାଶ କରିଛନ୍ତି ।
ଉପରାଷ୍ଟ୍ର ପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀମାନଙ୍କୁ ଆଜି ଯୋଗାଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଅନେକ ବର୍ଷ ଧରି ଯୋଗର ପ୍ରଚାର ଏବଂ ପ୍ରସାରରେ ଗୁରୁତ୍ୱପୂଣ୍ର୍ଣ ଭୂମିକା ନିଭାଇ ଆସିଛନ୍ତି ଯୋଗଗୁରୁ ରାମଦେବ ବାବା ।
ଓଡିଶାର ଘରେ ଘରେ ପ୍ରାୟ ଅଧିକାଶଂ ଲୋକ ସୋସିଆଲ୍ ମିଡିଆରେ ନିଜ ଯୋଗାଭ୍ୟାସ ଭିଡିଓ ଅପ୍ଲୋଡ କରି ଦେଶବାସୀଙ୍କୁ ଯୋଗଦିବସର ଶୁଭେତ୍ସା ଜଣାଇଛନ୍ତି । ଅନେକ ଲୋକପ୍ରିୟ ସେଲିବ୍ରଟି ମାନେ ମଧ୍ୟ ଯୋଗ ବ୍ୟାୟାମରେ ଖାସ୍ ରୁଚି ରଖୁଥିବା ଦର୍ଶକ ମାନଙ୍କୁ ଜଣାଇଛନ୍ତି ।ଏହା ସହିତ ଅନେକ ଜାଗାରେ ଭିନ୍ନ ଭିନ୍ନ ଶୈଳୀରେ ଲୋକମାନେ ଯୋଗ ଦିବସ ପାଳିଥିବା ଦେଖିବାକୁ ମିଳିଥିଲା । କିଏ ପାଣିରେ ଯୋଗ କଲାଣି ତ କିଏ ସମୁଦ୍ର ବାଲିରେ ନିଜ ପ୍ରତିଭାର ପ୍ରଦର୍ଶନ କଲାଣି । ଭାରତୀୟ ସେନାରେ ମଧ୍ୟ ଯୋଗ ଦିବସର ଉତ୍ସାହ ଦେଖିବାକୁ ମିଳିଛି । ଲଦାଖର ଉଚ୍ଚତମ ପାହାଡ ଉପରେ ଯୋଗକରି ଦେଶକୁ ସୁସ୍ଥ ଏବଂ ସୁରଖିତ ରହିବାର ବାର୍ତ୍ତା ଦେଇଛନ୍ତି ଜବାନ ମାନେ ।